ETV Bharat / state

ନିର୍ଯାତନା ଅଭିଯୋଗରେ ଗିରଫ ଡେପୁଟି କଲେକ୍ଟରଙ୍କୁ ସର୍ତ୍ତମୂଳକ ଜାମିନ - ବୌଦ୍ଧ ଡେପୁଟୀ କଲେକ୍ଟର

ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଶନିବାର ପତ୍ନୀ ଡାଲିଆ ବାଗ ଆଣିିଥିବା ନିର୍ଯାତନା ଓ ପରକୀୟ ପ୍ରତି ଅଭିଯୋଗରେ ଗିରଫ ହୋଇଥିଲେ ଶରତ । ଅଧିକ ପଢନ୍ତୁ...

ନିର୍ଯ୍ୟାତନା ଅଭିଯୋଗରେ ଗିରଫ ଡେପୁଟୀ କଲେକ୍ଟରଙ୍କୁ ସର୍ତ୍ତମୂଳକ ଜାମିନ

author img

By

Published : Sep 30, 2020, 8:39 AM IST

Updated : Sep 30, 2020, 10:16 AM IST

ଝାରସୁଗୁଡା: ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ଡେପୁଟି କଲେକ୍ଟର ଶରତ ବାଗଙ୍କୁ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ପତ୍ନୀଙ୍କ ଅଭିଯୋଗ ପରେ ବିଟିଏମ ଫାଣ୍ଡି ଓ ଝାରସୁଗୁଡା ଥାନା ପୋଲିସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା । ଗତ ଶନିବାର ଡେପୁଟି କଲେକ୍ଟରଙ୍କ ନାଁରେ ଅଭିଯୋଗ କରିଥିଲେ ପତ୍ନୀ ଡାଲିଆ ଦେବନାଥ ।

ନିର୍ଯ୍ୟାତନା ଅଭିଯୋଗରେ ଗିରଫ ଡେପୁଟୀ କଲେକ୍ଟରଙ୍କୁ ସର୍ତ୍ତମୂଳକ ଜାମିନ

ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ୍‌ କୌଣସି କାମରେ ଝାରସୁଗୁଡ଼ାକୁ ଯାଇଥିଲେ । ଏହି ଖବର ଝାରସୁଗୁଡାରେ ରହୁଥିବା ଶରତ ବାଗଙ୍କ ପତ୍ନୀ ଜାଣିବାକୁ ପାଇଥିଲେ । ତେବେ ତାଙ୍କ ଅଜଣାତରେ ଶରତ ଝାରସୁଗୁଡା ଆସିବା ଜାଣି ପତ୍ନୀ ଡାଲିଆ ତାଙ୍କର ପିଛା ଆରମ୍ଭ କରିଥିଲେ । ଏହି ସମୟରେ ସେ ସ୍ବାମୀ ଶରତ ଅନ୍ୟ ଜଣେ ମହିଳାଙ୍କ ବୁଲା ବୁଲା କରିବା ସହ ଉଭୟଙ୍କୁ ଗୋଟିଏ ଘରେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ପ୍ରଶ୍ନ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା ବୋଲି ଡାଲିଆ ଅଭିଯୋଗ କରିଛନ୍ତି । ସେଦିନର ସମସ୍ତ ଘଟଣାକୁ ସେ ନିଜ ଫୋନରେ ରେକର୍ଡ କରିଥିଲେ ।

ଏନେଇ ଡାଲିଆ ବିଟିଏମ୍ ଫାଣ୍ଡିରେ ଏତଲା ଦେଇଥିଲେ ମଧ୍ୟ ଏସପିଙ୍କୁ ସାକ୍ଷାତ କରିବାରେ ବିଫଳ ହୋଇଥିଲେ । ପରେ ଅଭିଯୋଗ କ୍ରମେ ଡେପୁଟି କଲେକ୍ଟର ଶରତ ବାଗଙ୍କୁ କୋଲାବିରା ବ୍ଲକ ଯୋଗିଆଡିହି ଗାଁରୁ ବିଟିଏମ ଫାଣ୍ଡି ଓ ଝାରସୁଗୁଡା ଥାନା ପୋଲିସ ଶରତଙ୍କୁ ଗିରଫ କରିଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 30, 2020, 10:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.