ETV Bharat / state

ବିଳମ୍ବ ହେଉଛି ଅସହାୟ ଶିଶୁଙ୍କ ତଥ୍ୟ ସଂଗ୍ରହ - ଝାରସୁଗୁଡା

ଦେଶରେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଲକ୍ଷାଧିକ ଲୋକଙ୍କ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ଜୀବନ ନେଲାଣି ଭାଇରସ । ଏହାସହ ଅନେକ ପିଲାମାନେ ସେମାନଙ୍କ ବାପା-ମାଙ୍କୁ ହରାଇ ଅନାଥ ହୋଇଗଲେଣି । ଅଧିକ ପଢନ୍ତୁ...

ବିପର୍ଯ୍ୟୟ ଅନାଥ ଓ ଅସହାୟ ଶିଶୁଙ୍କ ସାମାଜିକ ସୁରକ୍ଷା

author img

By

Published : Jun 5, 2021, 9:15 AM IST

ଝାରସୁଗୁଡା: ଦେଶରେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଲକ୍ଷାଧିକ ଲୋକଙ୍କ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ଜୀବନ ନେଲାଣି ଭାଇରସ । ଏହାସହ ଅନେକ ପିଲାମାନେ ସେମାନଙ୍କ ବାପା-ମାଙ୍କୁ ହରାଇ ଅନାଥ ହୋଇଗଲେଣି । ଇତି ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ କୋରୋନା ଦ୍ଵାରା ଅନାଥ ଏବଂ ଅସହାୟ ହୋଇ ପଡୁଥିବା ଶିଶୁଙ୍କ ତଥ୍ୟ ଆସନ୍ତା ୫ ଜୁନ୍ ସୁଦ୍ଧା ଜାତୀୟ ଶିଶୁ ସୁରକ୍ଷା ସଂରକ୍ଷଣ ଆୟୋଗଙ୍କ ୱେବସାଇଟ୍ ‘ବାଲ୍ ସ୍ବରାଜ’ରେ ଅପଲୋଡ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିପର୍ଯ୍ୟୟ ଅନାଥ ଓ ଅସହାୟ ଶିଶୁଙ୍କ ସାମାଜିକ ସୁରକ୍ଷା

ଅନ୍ୟପଟେ ରାଜ୍ୟରେ କୋଭିଡ଼ ମୃତ୍ୟୁ ଅଡିଟ୍ ରିପୋର୍ଟ ବିଳମ୍ବିତ ହୋଇଛି । ଏଥିରେ ଅନାଥ ଥିବା ଅସହାୟ ଶିଶୁଙ୍କ ସମ୍ପର୍କରେ ତଥ୍ୟ ମିଳିବାରେ ମଧ୍ୟ ବିଳମ୍ବ ହେଉଥିବାରୁ କେନ୍ଦ୍ର ସରକାର ଘୋଷଣା କରିଥିବା କୋରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଅନାଥ ପିଲାମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ଗତ ମେ ୨୯ ତାରିଖ ଯାଏଁ ଦେଶରେ ୧୭୪୨ ଜଣ ଶିଶୁ କୋରୋନା ଯୋଗୁଁ ଅନାଥ ହୋଇଥିବା ବେଳେ ୭୪୬୪ ମା କିମ୍ବା ବାପାଙ୍କୁ ହରାଇ ଅନାଥ ହୋଇପଡ଼ିଛନ୍ତି ।

ଓଡ଼ିଶାରେ ଏଭଳି ଶିଶୁଙ୍କ ସଂଖ୍ୟା ମାତ୍ର ୨୪ରେ ସୀମିତ ରହିଛି। ତେବେ ପ୍ରକୃତରେ ସଂଖ୍ୟାକୁ ନେଇ ସାମାଜିକ କର୍ମୀ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପ୍ରକୃତ ତଥ୍ୟ ସଂଗ୍ରହ ଏବଂ ଏନ୍‌ସିପିସିଆର ୱେବସାଇଟ୍‌ରେ ଅପଲୋଡ ହେବା ନେଇ ଏବେ ବି ସନ୍ଦେହ ରହିଛି । ଯଦ୍ଵାରା କି ମହାମାରୀ ଦ୍ଵାରା ଅନାଥ ଏବଂ ଅସହାୟ ଶିଶୁଙ୍କ ସାମାଜିକ ସୁରକ୍ଷାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି ।

ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କୋଭିଙ୍କ ଦ୍ଵାରା ଅନାଥ ଏବଂ ଅସହାୟ ହୋଇ ପଡ଼ିଥିବା ଶିଶୁଙ୍କ ତଥ୍ୟ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବା ପରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଚଳଚଞ୍ଚଳ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ । ଝାରସୁଗୁଡା ଜିଲ୍ଲାରେ ସରକାରୀ ଭାବେ ଆଜି ସୁଦ୍ଧା କୋଭିଡ଼ରେ ପ୍ରାଣ ହରାଇଛନ୍ତି ୬୪ ଜଣ କିନ୍ତୁ କୋଭିଡ଼ ପ୍ରୋଟୋକଲ ଅନୁଯାୟୀ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ୩୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଦାହ ସଂସ୍କାର କରାଯାଇଛି ।

ଅନାଥ ଏବଂ ଅସହାୟ ଶିଶୁଙ୍କ ତଥ୍ୟ ପାଇବାକୁ ସେମାନେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ଆଦିଙ୍କ ଉପରେ ସିଧାସଳଖ ନିର୍ଭରଶୀଳ । ଅନ୍ୟପକ୍ଷେ ପଞ୍ଚାୟତ ଗୁଡ଼ିକ ସରପଞ୍ଚ ଏବଂ ଅନ୍ୟ ଜନ ପ୍ରତିନିଧିମାନଙ୍କୁ ଏ ଦିଗରେ ସଚେତନ କରାଯାଇ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା କହିଛନ୍ତି।

ଝାରସୁଗୁଡା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଜିଲ୍ଲାରେ ୨୬ ଜଣ ଶିଶୁଙ୍କୁ ଚିହ୍ନଟ କରି ସାରିଛି ଏବଂ ଜିଲ୍ଲାରେ କୋଭିଡ଼ ମୃତ୍ୟୁ ଅଡିଟ ରିପୋର୍ଟ ବିଳମ୍ବିତ ହେଇଥିବାରୁ ବର୍ତମାନ ଅନାଥ ପିଲାଙ୍କ ତଥ୍ୟ ସଂଗ୍ରହ ପାଇଁ ଅସୁବିଧା ସମ୍ମୁଖୀନ ହେଉଥିବା ସ୍ବୀକାର କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଅନ୍ୟପଟେ କୋଭିଡ଼ ମୃତ୍ୟୁକୁ ନେଇ ଝାରସୁଗୁଡା ସିଡ଼ିଏମଓଙ୍କୁ ଯୋଗାଯୋଗ କରିବାରୁ ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.