ଝାରସୁଗୁଡ଼ା: ନିଜ ସର୍ଭିସ ରିଭଲଭର୍ରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ସିଆର୍ପିଏଫ୍ ଯବାନ । ମୃତ ଯବାନଙ୍କ ନାମ କମଳା କାନ୍ତ ରୋହିଦାସ ବୋଲି ଜଣାପଡିଛି ।
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର କମଳାକାନ୍ତ ୨୦୧୭ ମସିହାରେ ସିଆର୍ପିଏଫ୍ ରେ ଯୋଗଦେଇ ଝାଡଖଣ୍ଡ ରାଜ୍ୟରେ ନିଯୁକ୍ତି ପାଇଥିଲେ । ଏହାର କିଛିଦିନ ପରେ ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଲାକୁ ତାଙ୍କର ବଦଳି ହୋଇଥିଲା ।
ତେବେ ଗତରାତିରେ ଡୋରାନ୍ ପାଲ୍ କ୍ୟାମ୍ପ ଡ୍ୟୁଟିରେ ଥିବାବେଳେ ନିଜ ସର୍ଭିସ ରିଭଲଭର୍ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିଲେ ।
ଶନିବାର ସକାଳୁ ସୁକମା ପୋଲିସ କମଳାକାନ୍ତଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛିନ୍ତି । ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ସୂଚନାରୁ ଆଜି ସଂଧ୍ୟା ସୁଦ୍ଧା ବ୍ରଜରାଜନଗର ପହଞ୍ଚିବ କମଳାକାନ୍ତଙ୍କ ମୃତଦେହ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ