ETV Bharat / state

ବିଭିନ୍ନ ଉନ୍ନୟନ ମୂଳକ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ

author img

By

Published : Nov 23, 2020, 7:15 PM IST

ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ଦେଲା ଦଳ। ଅଧିକ ପଢନ୍ତୁ:

ବିଭିନ୍ନ ଉନ୍ନୟନ ମୂଳକ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ବିଭିନ୍ନ ଉନ୍ନୟନ ମୂଳକ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଝାରସୁଗୁଡ଼ା: ପୌରପାଳିକା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ପୌର ପାଳିକା ଅନ୍ତର୍ଗତ ତିନୋଟି ବୃହତ୍ ପୋଖରି ଯଥା ପୁରୁଣା ବସ୍ତି ପୋଖରୀ, ସରବାହାଲ ପୋଖରି, ବେହେରା ପାଟ ପୋଖରୀର ଉନ୍ନୟନ ଓ ସୌନ୍ଦର୍ଯ୍ୟୀକରଣ କରଣ ପାଇଁ ଗତବର୍ଷ ଆର୍ଥାତ ୨୦୧୮-୧୯ ରେ ଡିଏମଏଫ ପାଣ୍ଠିରୁ ଅର୍ଥ ବରାଦ ହୋଇଥିଲା । ସବୁ ପ୍ରକଳ୍ପ କାମ ଗତବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ଶେଷ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

କିନ୍ତୁ ଉକ୍ତ ତିନୋଟି ପୋଖରୀର କୌଣସି ଉନ୍ନୟନ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେଇ ନଥିବା ସହିତ ଦୁର୍ନୀତି ଅଭିଯୋଗ କରିଛି ଜିଲ୍ଲା ବିଜେପି । ଏହିସବୁ ବିଷୟକୁ ନେଇ ଆଜି ବିଜେପି ଝାରସୁଗୁଡ଼ାର କର୍ମକର୍ତ୍ତା ବିଜେପି ନେତା ଦିନେଶ ଜୈନଙ୍କ ନେତୃତ୍ଵରେ ଏକ ବାଇକ ଶୋଭାଯାତ୍ରାରେ ଯାଇ ଝାରସୁଗୁଡ଼ା ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ଦୁର୍ନୀତିଖୋର ଠିକାଦାର ମାନଙ୍କୁ କଳା ତାଲିକା ଭୁକ୍ତ କରିବା ପାଇଁ ଦାବି କରିଛି ଦଳ ।

ଝାରସୁଗୁଡାରୁ ନାରାୟଣ ସାହୁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.