ETV Bharat / state

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା - ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଜଣେ କୋରୋନା ସଂକ୍ରମିତ ଝାରସୁଗୁଡା ଡିଏଚ୍ଏଚରେ ରବିବାର ସକାଳ ୯ଟାରେ ମେଡ଼ିସିନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା ।

corona-patient-admit-at-jharsuguda-district-hospital
ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା
author img

By

Published : Jul 26, 2020, 9:51 PM IST

ଝାରସୁଗୁଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ପ୍ରବେଶ। ଭୟରେ ରୋଗୀ ଓ ସମ୍ପର୍କୀୟ । ଜଣେ କୋରୋନା ସଂକ୍ରମିତ ଝାରସୁଗୁଡା ଡିଏଚଏଚ‌ରେ ରବିବାର ସକାଳ ୯ଟାରେ ମେଡ଼ିସିନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା ।

ଗତ 23 ତାରିଖରେ ଏହି ସଂକ୍ରମିତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା। ରବିବାର ସଂଧ୍ୟାରେ ରିପୋର୍ଟ ପଜିଟିଭ ଆସିବା ପରେ ଭୟରେ ରୋଗୀମାନଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ବାହାରେ ବୁଲିଥିବା ସୂଚନା ରହିଛି । ଝାରସୁଗୁଡା ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାରେ ୫୪ ବର୍ଷୀୟ ବ୍ୟକ୍ତି ରବିବାର ସକାଳ ୯ଟାରୁ ଭର୍ତ୍ତି ହୋଇଛନ୍ତି । ରବିବାର ଅପରାହ୍ନ ୪.୩୦ରେ ସେହି ଲୋକଙ୍କ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପାଖକୁ ସୂଚନା ଆସିବା ପରେ କୋଭିଡ଼ ମାଜିଷ୍ଟ୍ରେଟ ଦ୍ବୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ପରେ ଉକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି କୋଭିଡ଼ ମାଜିଷ୍ଟ୍ରେଟ ଗୋଲକ ବିହାରୀ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା

ଏହି ବ୍ୟକ୍ତି ଗତ ୨୩ ତାରିଖରେ କୋଭିଡ଼ ପରୀକ୍ଷା ପାଇଁ ସ୍ୱାବ ଦେଇଥିଲେ। ମାତ୍ର ଆଜି କାହାକୁ ନ ଜଣାଇ ଅନ୍ୟାନ୍ୟ ରୋଗ ଭଳି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହେବାରୁ ଏହି ରୋଗୀର ସଂସ୍ପର୍ଶରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ରହିଥିବାରୁ ଜିଲ୍ଲା ପ୍ରଶାସନ ଓ ସରକାରୀ ଜିଲା ମୁଖ୍ୟ ଡାକ୍ତରଖାନା ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଜରୁରୀ ବୈଠକ ଡକାଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.