ଝାରସୁଗୁଡା: ଅଣଓଡ଼ିଆ ଠିକାଦାରଙ୍କୁ ନେଇ ସରକାର ରାଜ୍ୟରେ ସରକାରୀ ଟେଣ୍ଡର ଫିକ୍ସିଂ କରୁଥିବା ରାଜ୍ୟ ଠିକାଦାର ସଂଘ ସଭାପତି ପ୍ରଭାତ ଦାସ ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟ ସରକାର ଓଡିଆ ଠିକାଦାରଙ୍କୁ ଅବହେଳା କରୁଥିବା ସେ ପ୍ରକାଶ କରିଛନ୍ତି । ଝାରସୁଗୁଡା ଠିକାଦାର ସଂଘ ବୈଠକରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି ।
ରାଜ୍ୟ ସରକାର ଅଣଓଡ଼ିଆ ଠିକାଦାର ମାନଙ୍କୁ ଗୁରୁତ୍ବ ଦେଉଥିବା ଠିକାଦାର ସଂଘ ସଭାପତି ଅଭିଯୋଗ କରିଛନ୍ତି । ଓଡିଆ ଠିକାଦାରମାନଙ୍କୁ ଗୋଟିଏ ଟେଣ୍ଡର ପ୍ରଦାନ କରାଯାଉଥିବା ବେଳେ ଅଣଓଡିଆଙ୍କୁ ଏକାଧିକ ଟେଣ୍ଡର ପ୍ରଦାନ କରାଯାଉଥିବା ସେ ଦର୍ଶାଇଛନ୍ତି । ଏପରିକି ସରକାର ଓଡ଼ିଆ ଠିକାଦାର କିପରି କାର୍ଯ୍ୟାଦେଶ ପାଇଁ ଅଯୋଗ୍ୟ ହେବେ ସେଥିପାଇଁ ନୀତି ନିର୍ଦ୍ଧାରଣ କରୁଥିବା ସେ କହିଛନ୍ତି । ଆଗକୁ ଏଭଳି ପ୍ରକ୍ରିୟା ଜାରି ରହିଲେ ଠିକାଦାର ମାନେ ଏକଜୁଟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ପ୍ରକାଶ କରିଛନ୍ତି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ