ETV Bharat / state

Agnipath Scheme: ଝାରସୁଗୁଡାରେ କଂଗ୍ରେସର ସତ୍ୟାଗ୍ରହ

author img

By

Published : Jun 27, 2022, 3:20 PM IST

କେନ୍ଦ୍ର ସରକାରଙ୍କ ନୂଆ ସେନା ଭର୍ତ୍ତି ଯୋଜନା 'ଅଗ୍ନିପଥ' ବିରୋଧରେ ସାରା ଦେଶରେ ଚାଲିଛି ବିକ୍ଷୋଭ । ଏହାକୁ ବିରୋଧ କରି ଆଜି(ସୋମବାର) ଝାରସୁଗୁଡା ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି l ଅଧିକ ପଢନ୍ତୁ

Agnipath Scheme: ଝାରସୁଗୁଡାରେ କଂଗ୍ରେସର ସତ୍ୟାଗ୍ରହ
Agnipath Scheme: ଝାରସୁଗୁଡାରେ କଂଗ୍ରେସର ସତ୍ୟାଗ୍ରହ

ଝାରସୁଗୁଡା: କେନ୍ଦ୍ର ସରକାରଙ୍କ ନୂଆ ସେନା ଭର୍ତ୍ତି ଯୋଜନା 'ଅଗ୍ନିପଥ' ବିରୋଧରେ ସାରା ଦେଶରେ ଚାଲିଛି ବିକ୍ଷୋଭ । ଏହାକୁ ବିରୋଧ କରି ଆଜି(ସୋମବାର) ଝାରସୁଗୁଡା ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି l ଝାରସୁଗୁଡା ବସ ଷ୍ଟାଣ୍ଡ ଗାନ୍ଧୀମୂର୍ତ୍ତି ନିକଟରେ ଜିଲ୍ଲା କଂଗ୍ରେସର କର୍ମୀମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି l

କେନ୍ଦ୍ର ସରକାର ଦେଶର ଯୁବକଙ୍କୁ ଅଗ୍ନିପଥ ମାଧ୍ୟମରେ ମାତ୍ର 4 ବର୍ଷ ପାଇଁ ନିଯୁକ୍ତି ଦେଇ ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିବାକୁ ଉଦ୍ୟମ କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି l ତେଣୁ କେନ୍ଦ୍ର ସରକାର ତୁରନ୍ତ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି କଂଗ୍ରେସ l ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର କହିଛନ୍ତି ଯେ," କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ନକରିବା ଯାଏଁ କଂଗ୍ରେସ ନିଜର ସଂଗ୍ରାମ ଜାରି ରଖିବ ଏବଂ ଆଗାମୀ ଦିନରେ ଜାତୀୟ ତଥା ରାଜ୍ୟ କଂଗ୍ରେସର ନିଷ୍ପତ୍ତି ଅନୁଯାୟୀ ଅଗ୍ନିପଥ ଯୋଜନାକୁ ବିରୋଧ କରିବ ।"

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.