ETV Bharat / state

ଲୋକଙ୍କ ପାଇଁ କାଳ ସାଜିଛି କୋଇଲା କାଦୁଅ

ଝାସରସୁଗୁଡାରେ କାଳ ସାଜୁଛି କୋଇଲା ଗୁଣ୍ଡ । ରାସ୍ତାରେ ପଡିଥିବା ଗୁଣ୍ଡ ବର୍ଷାରେ ପାଲଟିଛି କାଦୁଅ। ଯାତାୟତ ବେଳେ ଜୀବନକୁ ପାଣି ଛଡାଇ ଯାଉଛନ୍ତି ଯାତ୍ରୀ।

author img

By

Published : Jun 22, 2019, 8:45 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡ଼ା: ଜିଲ୍ଲାର ଏମସିଏଲ୍‌ର ଲଖନପୁର ଖଣି ଅଞ୍ଚଳରେ ଥିବା ବନ୍ଧବାହାଲକୁ ଯିବା ରାସ୍ତା ଏବେ ମରଣ ଯନ୍ତା ପାଲଟିଛି । କୋଇଲା ବୋଝେଇ ଟ୍ରକ ଚଳା ଚଳ ହେଉଥିବାରୁ କୋଇଲା ଗୁଣ୍ଡରେ ପୋତି ହୋଇଯାଇଛି । ଆଉ ଏବେ ଝିପ ଝିପ ବର୍ଷାରେ ଏହି ରାସ୍ତା ସମ୍ପୂର୍ଣ୍ଣ କାଦୁଅ ହୋଇଯାଇଛି ।

ଏହି ରାସ୍ତାର ଥିବା ଛକଟି ବିଭିନ୍ନ ଅଞ୍ଚଳକୁ ଯୋଡିହେବା ସହିତ ବେଲପାହାଡ଼ରୁ ବନ୍ଧବାହାଲ ଯିବା ବାଟରେ ପଡିଥାଏ । ଏଥିସହ ରାସ୍ତା ବନହରପାଲି, ବ୍ରଜରାଜନଗର, ତିଲିଆ ଓ ସମ୍ବଲପୁର ଜିଲ୍ଲାକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଶହ ଶହ ଲୋକେ ଏହି ବାଟ ଦେଇ ଯିବା ଆସିବା କରିଥାନ୍ତି । ହେଲେ ଏହି ରାସ୍ତା ଉପରେ କୋଇଲା ପରିବହନ ହେଉଥିବାରୁ ରାସ୍ତାରେ କୋଇଲା ଗୁଣ୍ଡ ଜମାହୋଇ ରହୁଛି । ସାଧାରଣ ଦିନରେ କୋଇଲା ଗୁଣ୍ଡ ଉଡୁଥିବାରୁ ଲୋକେ ଅଭିଯୋଗ କରିଥିଲେ କିନ୍ତୁ ବର୍ଷା ଯୋଗୁଁ ବର୍ତ୍ତମାନ ସ୍ଥିତି ବେହାଲ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ପିଚୁ ରାସ୍ତା ଉପରେ କୋଇଲା ମିଶା କାଦୁଅ ହୋଇଯିବାରୁ ଦୁଇ ଚକିଆ ଯାନ ଗୁଡିକ ଧୀରେ ଧୀରେ ଚଳାଇଲେ ମଧ୍ୟ ଖସିଯିବାର ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଏହି ରାସ୍ତାରେ ଯାତାୟତ କରିବା ମାନେ ଜୀବନ ସହ ବାଜି ଲଗାଇବା ସହ ସମାନ ବୋଲି କହୁଛନ୍ତି ଲୋକେ । ବାରମ୍ବାର ସ୍ଥାନୀୟ ଜନସାଧାରଣ ଏନେଇ ଖଣି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଥି ପ୍ରତି କେହି ପଦକ୍ଷେପ ନେଉନାହାନ୍ତି । ତେବେ ଏହି ରାସ୍ତାରେ କାହାର ଜୀବନ ଯିବା ଆଗରୁ ପ୍ରଶାସନ ପଦକ୍ଷେପ ନେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲାରେ ଥିବା ମହାନଦୀ କୋଇଲା ଖଣି ର ଲଖନପୁର ଖଣି ଏରିଆ ରେ ଥିବା ବନ୍ଧବାହାଲ କୁ ଯିବା ରାସ୍ତା ଏବେ ମରଣ ଯନ୍ତା ପାଲଟିଛି । କୋଇଲା ବୋଝେଇ ଟ୍ରକ ଚଳା ଚଳ ହେଉଥିବାରୁ କୋଇଲା ଗୁଣ୍ଡ ପଡିବାରୁ ଝିପ ଝିପ ବର୍ଷାରେ ଏହି ରାସ୍ତା ସମ୍ପୂର୍ଣ୍ଣ କାଦୁଅମୟ ହୋଇଯାଇଛି ।

Body:ଏହି ରାସ୍ତାର ଛକ ଟି ବିଭିନ୍ନ ଅଞ୍ଚଳକୁ ଯୋଡିବା ସହିତ ବେଲପାହାଡ଼ ରୁ ବନ୍ଧବାହାଲ ଯିବା ବାଟରେ ପଡିଥାଏ । ଏଥିସହ ରାସ୍ତା ଦେଇ ବନହରପାଲି , ବ୍ରଜରାଜନଗର ,ତିଲିଆ ଓ ସମ୍ବଲପୁର ଜିଲ୍ଲା କୁ ସଂଯୋଗ କରୁଥିବା ବେଳେ ପ୍ରତିଦିନ ଶହ ଶହ ଲୋକେ ଯିବା ଆସିବା କରିଥାନ୍ତି । ହେଲେ ଏହି ରାସ୍ତା ଉପରେ କୋଇଲା ପରିବହନ ହେଉଥିବା ବେଳେ ରାସ୍ତାରେ କୋଇଲା ଗୁଣ୍ଡପଡି ଜମିଯାଉଥିବାରୁ ସାଧାରଣ ଦିନରେ କୋଇଲା ଧୂଳିଉଡୁଥିବାରୁ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ଝିପ ଝିପ ବର୍ଷା ଯୋଗୁଁ ବର୍ତ୍ତମାନ ସ୍ଥିତି ଅତି ବିପଦ ସୃଷ୍ଟି ହୋଇଛି ।

ପିଚୁ ରାସ୍ତ ଉପରେ କୋଇଲ ମିଶା କାଦୁଅ ହୋଇଥବାରୁ ଦୁଇ ଚକିଆ ଯାନ ଗୁଡିକ ଧୀରେ ଧୀରେ ଚଳାଇଲେ ମଧ୍ୟ ଏହା ସ୍ଲିପରି ହେବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ନଜିର ରହିଛି ଏହି ରାସ୍ତାରେ ଜୀବନ ସହ ବାଜି ଲଗାଇବା ସହ ସମାନ ହୋଇଛି ।
ବାରମ୍ବାର ସ୍ଥାନୀୟ ଜନସାଧାରଣ ଖଣି କତୃପକ୍ଷ ଓ ଜିଲ୍ଲା ପ୍ରଶାସନ କୁ ଜଣାଉ ଥିଲେ ମଧ୍ୟ ଏଥି ପ୍ରତି କେହି ପଦକ୍ଷେପ ନେଉନାହାନ୍ତି ।

Byte1:- ପ୍ରଶାନ୍ତ କୁଶବାହା , ସ୍ଥାନୀୟ ବାସିନ୍ଦା
Byte2:-ରାଜକୁମାର ପଣ୍ଡା , ବନ୍ଧବାହାଲ ବାସିନ୍ଦା
Byte3:- ରଶ୍ମିରଞ୍ଜନ ମହାନ୍ତି , ବେଲପାହାଡ଼ ବାସିନ୍ଦା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.