ETV Bharat / state

ଷ୍ଟାର୍ ପ୍ରଚାରକଙ୍କ ଗହଳିରେ କମ୍ପୁଛି ବ୍ରଜରାଜନଗର

ବ୍ରଜରାଜନଗର ନିର୍ବାଚନକୁ ନେଇ ବ୍ରଜରାଜନଗର ପୌରାଞ୍ଚଳର ESI ଛକ ଠାରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେପଟେ ବିଜେଡି ଓ ବିଜେପି ଷ୍ଟାର ପ୍ରଚାର କରିଥିଲେ । ଅଧିକ ପଢନ୍ତୁ

ଷ୍ଟାର୍ ପ୍ରଚାରକଙ୍କ ଗହଳିରେ କମ୍ପୁଛି ବ୍ରଜରାଜନଗର
ଷ୍ଟାର୍ ପ୍ରଚାରକଙ୍କ ଗହଳିରେ କମ୍ପୁଛି ବ୍ରଜରାଜନଗର
author img

By

Published : May 27, 2022, 10:32 PM IST

ଝାରସୁଗୁଡା: ଆଜି(ଶୁକ୍ରବାର) ବ୍ରଜରାଜନଗର ନିର୍ବାଚନକୁ ନେଇ ବ୍ରଜରାଜନଗର ପୌରାଞ୍ଚଳର ESI ଛକ ଠାରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ କଂଗ୍ରେସ ପ୍ରଭାରୀ ଚେଲା କୁମାର, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୁର ରାଉତରାୟ, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସମେତ ବହୁ କଂଗ୍ରେସ ବିଧାୟକ ଓ କଂଗ୍ରେସ ନେତା ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ଓ ମହାନଦୀ ପ୍ରସଙ୍ଗ, ଚାଷୀଙ୍କ ସମସ୍ୟାକୁ ମୁଦ୍ଦା ବନେଇ କଂଗ୍ରେସ ସପକ୍ଷରେ ଭୋଟ ଦେବା ପାଇଁ କହିଥିଲେ ।

ଷ୍ଟାର୍ ପ୍ରଚାରକଙ୍କ ଗହଳିରେ କମ୍ପୁଛି ବ୍ରଜରାଜନଗର

ସେହିପରି ବିଜେପି ଷ୍ଟାର୍ କ୍ୟାମ୍ପେନର ଭାବେ ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ୍ ଯାଦବ(ନିରଉଆ) ମଇଦାନକୁ ଓହ୍ଲାଇ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରୁଛନ୍ତି । ବ୍ରଜରାଜନଗର ପୌର ପରିଷଦ ଅଞ୍ଚଳରେ ବିହାରୀ ସମ୍ପ୍ରଦାୟ ଭୋଟରଙ୍କ ଭୋଟ ଜିଣିବା ପାଇଁ ଭୋଜପୁରୀ ସୁପରଷ୍ଟାରଙ୍କୁ ପ୍ରଚାର ମଇଦାନରେ ଓହ୍ଲାଇଛି । ଅନ୍ୟପକ୍ଷରେ ବିଜେଡି ତାର ଷ୍ଟାର୍ ପ୍ରଚାରକ ଅରିନ୍ଦମ ରାଏ ଓ ଆକାଶ ଦାସ ମହାପାତ୍ରଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ଆଜି ବ୍ରଜରାଜନଗର ଉପନିର୍ବାଚନରେ ଦେଖିବାକୁ ମିଳିଛି ଷ୍ଟାରୱାର୍ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.