ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନରେ ଗଡ ଫେରି ପାଇବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ । ରଣାଙ୍ଗନରେ ନିଜର ପୁରୁଖା ନେତାଙ୍କୁ ଷ୍ଟାର ପ୍ରଚାରକ ଭାବେ ଓହ୍ଲାଇଛି । ନିର୍ବାଚନରେ ବଡ ଲଢେଇର ସମ୍ମୁଖୀନ ହେବାକୁ ଯାଉଥିବା କଂଗ୍ରେସ, ବିଜେଡି ଓ ବିଜେପି ସମସ୍ତେ ଅଣ୍ଟାଭିଡି ବାହାରି ପଡିଛନ୍ତି ମୈଦାନକୁ ।
ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଆଜି କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ଜୟଦେବ ଜନା, ଶରତ ପଟ୍ଟନାୟକ, ରାଜନ ଏକ୍କା ପ୍ରମୁଖ ପ୍ରଚାର କରିଛନ୍ତି । ୩୮ ଟି ପଞ୍ଚାୟତ ଓ ୨ ଟି ପୌରାଞ୍ଚଳକୁ ନେଇ ଗଠିତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ଗାଁ ଗାଁରେ ଚାଲିଛି ସଭା, ସମାବେଶ ଓ କର୍ମୀ ସମ୍ମିଳନୀ ।
ନିଜ ଗଡ ହାତେଇବା ପାଇଁ ଲଖନପୁର ବ୍ଳକର ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି କଂଗ୍ରେସ ଦଳ ପ୍ରାର୍ଥୀ କିଶୋର ପଟେଲ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ