ETV Bharat / state

ରୋଷେୟା ମୃତ୍ୟୁ ଘଟଣା: ବିଜେପି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବଦନାମ କରୁଛି କହିଲା ବିଜେଡି

author img

By

Published : Apr 21, 2022, 7:44 AM IST

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଷ୍ଟାଫ୍‌ କ୍ବାଟରରେ ରୋଷେୟାଙ୍କ ମୃତ୍ୟୁ ଘଟଣାକୁ ହତ୍ୟାକାଣ୍ଡ ଦର୍ଶାଇ ଅଯଥାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବିଜେପି ବଦନାମ କରୁଛି କହିଲା ଝାରସୁଗୁଡ଼ା ବିଜେଡି । ଅଧିକ ପଢ଼ନ୍ତୁ

ମନ୍ତ୍ରୀଙ୍କ ରୋଷେୟାଙ୍କ ମୃତ୍ୟୁ ଘଟଣା: ବିଜେପି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବଦନାମ କରୁଛି କହିଲା ବିଜେଡି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଷ୍ଟାଫ୍‌ କ୍ବାଟରରେ ରୋଷେୟାଙ୍କ ମୃତ୍ୟୁ ଘଟଣାରେ ବିରୋଧୀ ବିଜେପି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଘେରିବା ଆରମ୍ଭ କରିଦେଇଛି । ବିରୋଧୀ ବିଜେପି ଏହି ଅଘଟଣକୁ ହତ୍ୟାକାଣ୍ଡ ଦର୍ଶାଇ ଅଯଥାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବଦନାମ କରୁଥିବା ପାଲଟା ଅଭିଯୋଗ କରିଛି ଝାରସୁଗୁଡ଼ା ବିଜେଡି । ନବଦାସଙ୍କ ଷ୍ଟାଫ୍‌ କ୍ବାଟରରେ ରୋଷେୟାଙ୍କ ମୃତ୍ୟୁ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ନବଦାସଙ୍କ କୁଶପୁତ୍ତଳିକା ଦାହ କରିଥିଲା ବିଜେପି ।

ବିଜେପିର ଏଭଳି କାଣ୍ଡ ବିରୋଧରେ ପ୍ରତିବାଦ କରିଛି ଝାରସୁଗୁଡ଼ା ବିଜେଡି । ବିରୋଧୀ ବିଜେପି ଏହି ଅଘଟଣକୁ ହତ୍ୟାକାଣ୍ଡ ଦର୍ଶାଇ ରାଜନୀତି କରୁଥିବା ଝାରସୁଗୁଡା ବିଜେଡି ଅଭିଯୋଗ କରିଛି । ଏହାକୁ ନେଇ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଝାରସୁଗୁଡ଼ା ବିଜେଡି ଟାଉନ ସଭାପତି ସନ୍ଦୀପ ଅୱସ୍ତି ଓ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାପସ ରାଏ ଚୌଧୁରୀଙ୍କ ନେତୃତ୍ବରେ ଝାରସୁଗୁଡ଼ା ଏହି ସାମ୍ବାଦିକ ସମ୍ମିଳନୀ କରିଥିଲା । ଏଥିରେ ବିଜେଡିର ଅନ୍ୟ କିଛି ନେତା ମଧ୍ୟ ଉପସ୍ଥିତ ରହିଥିଲେ ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କ ରୋଷେୟା ଥିବା ଲଳିତ ଦାସଙ୍କ ମୃତ୍ୟୁକୁ ନେଇ ଏବେ ବଢିବାରେ ଲାଗିଛି ସନ୍ଦେହ । ଘଟଣା ଏବେ ରାଜନୈତିକ ମୋଡ ନେଲାଣି । ଏହି ଘଟଣାକୁ ନେଇ ବୁଧବାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେଉ । କେଉଁ ପରିସ୍ଥିତିରେ ଜଣେ ମନ୍ତ୍ରୀଙ୍କ ଘରେ ଜଣେ ରୋଷେୟାଙ୍କ ମୃତ୍ୟୁବରଣ ହେଲା, ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ହେଉ । ସବୁ ସତ ସାମ୍ନାକୁ ଆସିବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.