ETV Bharat / state

Rashtrapatni remark: କଂଗ୍ରେସ ନେତା ଅଧିର ଚୌଧୁରୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ - ରାଷ୍ଟ୍ରପତ୍ନୀ ବୟାନକୁ ନେଇ ବିଜେପିର ବିକ୍ଷୋଭ

ଦେଶର ଗୌରବ ରାଷ୍ଟ୍ରପତିଙ୍କୁ ନେଇ ଦିଆଯାଇଥିବା "ରାଷ୍ଟ୍ରପତ୍ନୀ" ବୟାନକୁ ନେଇ କମ୍ପୁଛି ବିଧାନସଭାରୁ ନେଇ ସଂସଦ । କଂଗ୍ରେସ ନେତା ଅଧିର ଚୌଧୁରୀ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିଥିବାରୁ ରାଜନୀତି ସରଗରମ ହୋଇଛି । ଏହାକୁ ଦେଶବ୍ୟାପୀ ତୀବ୍ର ବିରୋଧ କରିଛି ବିଜେପି । ଅଧିକ ପଢନ୍ତୁ

କଂଗ୍ରେସ ନେତା ଅଧିର ଚୌଧୁରୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ

author img

By

Published : Jul 28, 2022, 3:39 PM IST

ଝାରସୁଗୁଡା: ଦେଶର ଗୌରବ ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସ ନେତା ଅଧିର ଚୌଧୁରୀଙ୍କ ବୟାନ "ରାଷ୍ଟ୍ରପତ୍ନୀ" କୁ ଦେଶବ୍ୟାପୀ ବିରୋଧ କରାଯାଉଛି । ଗାଁ ଠୁ ସହର ବିଧାନସଭାରୁ ସଂସଦ ସବୁଠି ଏହି ବୟାନକୁ ନିନ୍ଦା କରାଯାଉଛି । ଏହାର ତୀବ୍ର ବିରୋଧ କରୁଛି ବିଜେପି । ଏହି ଘଟଣାରେ ଦେଶବାସୀଙ୍କୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି । ଏହାର ପ୍ରତିବାଦରେ ଝାରସୁଗୁଡା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାହୁଲ ଗାନ୍ଧୀ ଓ ଅଧିର ରଞ୍ଜନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

କଂଗ୍ରେସ ନେତା ଅଧିର ଚୌଧୁରୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ

ଝାରସୁଗୁଡା ବସଷ୍ଟାଣ୍ଡ ଛକ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହିଅବସରରେ କଂଗ୍ରେସ ନେତା ଅଧିର ଚୌଧୁରୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଆନ୍ଦୋଳନକାରୀ । ଏହି ପ୍ରଦର୍ଶନରେ ଝାରସୁଗୁଡ଼ା ବିଜେପିର ବରିଷ୍ଠ ନେତା, ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅଧିର ଚୌଧୁରୀ କ୍ଷମା ମାଗନ୍ତୁ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି ହୋଇଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.