ETV Bharat / state

ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ବିଜେପିର ପ୍ରତିବାଦ - ଝାରସୁଗୁଡ଼ାରେ ବିଜେପିର ପ୍ରତିବାଦ ସଭା

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ । ପ୍ରତିବାଦରେ ନ୍ଦା କରି ଝାରସୁଗୁଡାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ପ୍ରତିବାଦ କଲା BJP

author img

By

Published : Jul 14, 2022, 4:11 PM IST

ଝାରସୁଗୁଡ଼ା: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ । ଏହାକୁ ତୀବ୍ର ନିନ୍ଦା କଲା ବିଜେପି । ଗତକାଲି ଠାରୁ ବିଜେପି ପକ୍ଷରୁ ଝାରସୁଗୁଡ଼ା ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ପାଖରେ ପ୍ରତିବାଦ ସଭା ହୋଇଥିଲା । ଆଜି କଂଗ୍ରେସ ନେତାଙ୍କୁ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜେପି ନେତା ଓ କର୍ମୀ ।

ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ବିଜେପିର ପ୍ରତିବାଦ

ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜେପି ନେତା । ପ୍ରତିବାଦ ସଭାରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବିମଳେନ୍ଦୁ ଭୋଳ, ବିଶ୍ବଜିତ ଷଡ଼ଙ୍ଗୀ, ତ୍ରିନାଥ ଗୁଆଲ, ନୱାଲ ଅଗ୍ରୱାଲ, ନେତାଜୀ ପଟ୍ଟନାୟକ, ରୀନା ପଟେଲ, ହେମାରଞ୍ଜନ ସିଂହ, ବାସୁଦେବ ପ୍ରଧାନ ପ୍ରମୂଖ ଉଦବୋଧନ ଦେଇ କଂଗ୍ରେସ ନେତୃବୃନ୍ଦ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବୀ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.