ETV Bharat / state

JP Nadda in Jharsuguda: ଦଳୀୟ ଜିଲ୍ଲା କାର୍ଯ୍ୟାଳୟକୁ କଲେ ଉଦଘାଟନ

author img

By

Published : Jun 22, 2023, 10:53 PM IST

ବିମାନ ବନ୍ଦରରେ ଅବତରଣ ପରେ ସିଧା ପଣ୍ଡରୀପଥର ଠାରେ ନିର୍ମିତ ନୂତନ ଦଳୀୟ କାର୍ଯ୍ୟାଳୟକୁ ଯାଇ ଜିଲ୍ଲା କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ଟଙ୍କଧର ତ୍ରିପାଠୀ ଓ ଓଡିଶା ପ୍ରଭାରୀଙ୍କ ସମେତ ବହୁ ବରଗଡ ଲୋକସଭା କ୍ଷେତ୍ରର ନେତା ମାନେ ଉପସ୍ଥିତ ଥିଲେ। ପରେ ପରେ ବରଗଡ ସଂସଦୀୟ କ୍ଷେତ୍ରର ନେତା ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିକ ପଢନ୍ତୁ

ଦଳୀୟ ଜିଲ୍ଲା କାର୍ଯ୍ୟାଳୟକୁ କଲେ ଉଦଘାଟନ
ଦଳୀୟ ଜିଲ୍ଲା କାର୍ଯ୍ୟାଳୟକୁ କଲେ ଉଦଘାଟନ
ଦଳୀୟ ଜିଲ୍ଲା କାର୍ଯ୍ୟାଳୟକୁ କଲେ ଉଦଘାଟନ

ଝାରସୁଗୁଡା: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ଆସନ୍ତାକାଲି କଳାହାଣ୍ଡିରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ନଡ୍ଡା । ବିମାନ ବନ୍ଦରରେ ଅବତରଣ ପରେ ସିଧା ପଣ୍ଡରୀପଥର ଠାରେ ନିର୍ମିତ ନୂତନ ଦଳୀୟ କାର୍ଯ୍ୟାଳୟକୁ ଯାଇ ଜିଲ୍ଲା କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ଟଙ୍କଧର ତ୍ରିପାଠୀ ଓ ଓଡିଶା ପ୍ରଭାରୀଙ୍କ ସମେତ ବହୁ ବରଗଡ ଲୋକସଭା କ୍ଷେତ୍ରର ନେତା ମାନେ ଉପସ୍ଥିତ ଥିଲେ। ପରେ ପରେ ବରଗଡ ସଂସଦୀୟ କ୍ଷେତ୍ରର ନେତା ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତାଙ୍କ ଅନୁଭବ ଓ ଅନୁଭୂତି ବାଣ୍ଟିବା ସହିତ ଆଗମୀ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଯେଉଁ ବିକାଶ ଧାରା ରହିଛି ତାହାକୁ କେମିତି ଆଗକୁ ନେଇ ହେବ ତାହାକୁ ନେଇ ବରଗଡ଼ ସଂସଦୀୟ କ୍ଷେତ୍ରର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ଆଗମୀ ନିର୍ବାଚନରେ ଡବଲ ଇଂଜିନି ସରକାର ଗଢ଼ିବାର ମନ୍ତ୍ରଣା ଦେଇଥିଲେ ।

ଏତତ ବ୍ୟତୀତ ଆଗୁଆ ନିର୍ବାଚନ ନେଇ ମଧ୍ୟ ମତ ରଖିଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ । କହିଲେ ବିଜେଡି ଯଦି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ତେବେ ଭାରତୀୟ ଜନତା ପାର୍ଟି ମଧ୍ୟ ପଛରେ ନାହିଁ । ଖୋଲାଖୋଲି ଟକ୍କର ହେବ ବୋଲି କହିଲେ ସାଂସଦ । ନିର୍ବାଚନ ରେ ଏଥର ଭାରତୀୟ ଜନତା ପାର୍ଟି ଭଲ ଭାବରେ ଲଢ଼େଇ କରିବ ଏବଂ ବାଜିମାତ ମଧ୍ୟ କରିବ । ଏହା ବିଜୁ ଜନତା ଦଳ ଚିନ୍ତା କରିବା ଦରକାର ଯେ ତାଙ୍କର ଶାସନ କାଳ ଶେଷ ହେବାକୁ ଯାଉଛି । ଏଥର ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ତାର ସରକାର ଗଠନ କରିବ ବୋଲି କହିଛନ୍ତି । ଆସନ୍ତା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଓଡ଼ିଶାରେ ଆଗମୀ ନିର୍ବାଚନରେ ଡବଲ ଇଂଜିନି ସରକାର ଗଢ଼ିବାର ଟାର୍ଗେଟ ରେ ଭାରତୀୟ ଜନତା ପାର୍ଟି ଅଛି ବୋଲି କହିଥିଲେ ।

ଆସନ୍ତାକାଲି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କଳାହାଣ୍ଡି ଜିଲ୍ଲା ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.