ETV Bharat / state

ଝାରସୁଗୁଡାରେ ଧାନ ଉଠାଣ ଅବ୍ୟବସ୍ଥା ତାତି, ବିଜୁ ଏକ୍ସପ୍ରେସ-ଓ୍ବେ ଅବରୋଧ କଲା ବିଜେପି - Jharsuguda news update

ଝାରସୁଗୁଡା ଜିଲ୍ଲାରେ ଧାନ ଉଠାଣରେ ବ୍ୟାପକ ଅବ୍ୟବସ୍ଥା ହେତୁ ଚାଷୀ ହଇରାଣ ହେଉଥିବା ଅଭିଯୋଗରେ ବିଜେପିର ରାଜପଥ ଅବରୋଧ । 2 ଘଣ୍ଟା ଧରି ବନ୍ଦ ରହିଲା ବିଜୁ ଏକ୍ସପ୍ରସ-ଓ୍ବେ । ଅଧିକ ପଢନ୍ତୁ....

ଝାରସୁଗୁଡାରେ ଧାନ ଉଠାଣ ଅବ୍ୟବସ୍ଥା ତାତି, ବିଜୁ ଏକ୍ସପ୍ରସ-ଓ୍ବେ ଅବରୋଧ କଲା ବିଜେପି

author img

By

Published : Jul 1, 2021, 7:42 PM IST

ଝାରସୁଗୁଡା : ଚାଷୀଙ୍କ ଧାନ ଉଠାଣ ସମସ୍ୟା ନେଇ ବିଜୁ ଏକ୍ସପ୍ରେସ-ଓ୍ବେ ଅବରୋଧ କଲା ବିଜେପି କୃଷକ ମୋର୍ଚ୍ଚା । ସକାଳ ୧୦ ଟାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପ୍ରାୟ ୨ ଘଣ୍ଟା ଧରି ଏହି ରାସ୍ତାରୋକ କରାଯାଇଥିଲା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ବାନ କ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମୁରାରି ପାଣିଗ୍ରାହୀ ପ୍ରମୁଖଙ୍କ ନେତୃତ୍ବରେ ଏହି ରାଜପଥ ଅବରୋଧ କରିଥିଲା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ।

ଝାରସୁଗୁଡାରେ ଧାନ ଉଠାଣ ଅବ୍ୟବସ୍ଥା ତାତି, ବିଜୁ ଏକ୍ସପ୍ରେସ-ଓ୍ବେ ଅବରୋଧ କଲା ବିଜେପି

ମୋର୍ଚ୍ଚା ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ରବି ଋତୁରେ ଝାରସୁଗୁଡ଼ା ଜିଲ୍ଲାର ଚାଷୀମାନେ ଋଣ ନେଇ ରବି ଚାଷ କରିଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଧାନ କିଣୁ ନାହାଁନ୍ତି ।ଏହି ଋତୁରେ ଧାନ କିଣିବା ପାଇଁ ଓଡ଼ିଶା ସରକାର ମାତ୍ର ୧୨ ଦିନ ସମୟ ଦେଇଥିଲେ, ଯାହାକି ଧାନ ବିକ୍ରି କରିବା ପାଇଁ ପର୍ଯ୍ୟାପ୍ତ ସମୟ ନୁହେଁ । ତେଣୁ ଜୁଲାଇ ମାସ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରି ଚାଷୀଙ୍କ ଧାନ କିଣିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ଦାବି କରିଛି ମୋର୍ଚ୍ଚା । ସେହିପରି ୨୦୨୦ ମସିହାରେ ରବି ଋତୁରେ ଝାରସୁଗୁଡ଼ା ଜିଲ୍ଲାର ୧୩୦୦ ଚାଷୀଙ୍କ ୯୨ହଜାର କୁଇଣ୍ଟାଲ ଧାନ କିଣା ଯାଇଥିଲା। ସେହିପରି ଏହି ବର୍ଷ ମାତ୍ର ୯୧୨ ଚାଷୀଙ୍କ କେବଳ ୩୭ହଜାର ୭୦୪ କୁଇଣ୍ଟାଲ ଧାନ କିଣା ଯାଇଛି ।

ସେହିପରି ଜିଲ୍ଲାରେ ୯୭୨ ଚାଷୀଙ୍କ ପଞ୍ଜୀକରଣ ମଧ୍ୟ ହୋଇଛି । ଜିଲ୍ଲାରେ ଯେଉଁମାନଙ୍କ ପଞ୍ଜୀକରଣ ହୋଇଛି ତାଙ୍କର ଧାନ କିଣାଯାଉ। ଯେଉଁ ଚାଷୀଙ୍କ ଧାନ କିଣା ଯାଇନାହିଁ, ତାଙ୍କର ପଞ୍ଜୀକରଣ କରାଯାଇ ସେମାନଙ୍କର ଧାନ କିଣାଯାଉ ବୋଲି କରିଛି ମୋର୍ଚ୍ଚା । ଜିଲ୍ଲାର DLPC ମିଟିଂରେ ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ନିଷ୍ପତି ଆଧାରରେ ଲଖନପୁର ବ୍ଲକର ବୁଡି ଅଞ୍ଚଳରେ ROR ନଥିବା ୬୬୪ ଚାଷୀଙ୍କ ୪୨ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ରିପୋର୍ଟ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି କିମ୍ବା ଧାନ କିଣି ନାହାଁନ୍ତି । ତେଣୁ ଦଲାଲ ହାତରେ କମ ମୂଲ୍ୟରେ ଧାନ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ତେଣୁ ବୁଡି ଅଞ୍ଚଳରେ ଚାଷୀମାନଙ୍କ ଧାନ ସମ୍ପୂର୍ଣ କିଣାଯାଉ ବୋଲି ଦାବି କରି ଆଜି ରାସ୍ତାରୋକ କରିଛି ଜିଲ୍ଲା ବିଜେପି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.