ETV Bharat / state

ବ୍ରଜରାଜନଗର ବାଜି: ବିଜୟ ମୁହାଁ ବିଜେଡି ! ପଛରେ ପଡିଲେ ବିଜେପି-କଂଗ୍ରେସ - ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି

ବ୍ରଜରାଜନଗରରେ ଜାରି ରହିଛି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗଣତି । ୧୦ମ ରାଉଣ୍ଡ ଶେଷ ସୁଦ୍ଧା ଅଧିକ ଭୋଟ ପାଇ ଟ୍ରେଣ୍ଡରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ଅଧିକ ପଢନ୍ତୁ

Brajarajnagar Bypoll Vote Counting: ସରିଲା ୧୦ମ ରାଉଣ୍ଡ ଗଣତି, ଟ୍ରେଣ୍ଡରେ ବିଜେଡି

author img

By

Published : Jun 3, 2022, 12:44 PM IST

ଝାରସୁଗୁଡା: ବ୍ରଜରାଜନଗରରେ ଜାରି ରହିଛି ଭୋଟ ଗଣତି । ଟ୍ରେଣ୍ଡରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜେପିର ରାଧାରାଣୀ ପଣ୍ଡା ଓ କିଶୋର ପଟେଲଙ୍କୁ ମାତ ଦେଇ ଆଗରେ ରହିଛି ବିଜେଡି । ମୋଟ ୧୦ଟି ରାଉଣ୍ଡରେ ବିଜେଡି ମୋଟ ୩୬ ହଜାର ୩୪୭ ଭୋଟ ପାଇ ଆଗରେ ରହିଛି ।

ପ୍ରଥମ ରାଉଣ୍ଡରେ ବିଜେଡି ଖାତାକୁ ୪୭୩୩ ଭୋଟ ଯାଇଥିବା ବେଳେ ବିଜେପିକୁ ୧୧୪୪ ଓ କଂଗ୍ରେସ ଖାତାକୁ ଯାଇଛି ୧୦୧୪ ଭୋଟ । ସେହିପରି ଦ୍ବିତୀୟ ରାଉଣ୍ଡରେ ବିଜେଡି ୫୫୧୫ ଭୋଟ ପାଇ ଆଗରେ ରହିଥିବା ବେଳେ, ବିଜେପିକୁ ୧୪୭୯ ଓ କଂଗ୍ରେସକୁ ୬୮୫ ଭୋଟ ମିଳିଥିଲା । ସେହିପରି ତୃତୀୟ ରାଉଣ୍ଡରେ ବିଜେଡି ୫୭୮୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୨୧୮ ଓ କଂଗ୍ରେସ ୯୭୮ ଭୋଟ ପାଇଛି । ଚତୁର୍ଥ ରାଉଣ୍ଡ ଗଣତିରେ ବିଜେଡି ୪୭୮୭ ଖଣ୍ଡ ଭୋଟ, ବିଜେପି ୧୩୭୧ ଓ କଂଗ୍ରେସ ଖାତାକୁ ଯାଇଥିଲା ୮୮୩ ଭୋଟ । ପଞ୍ଚମ ରାଉଣ୍ଡରେ ମଧ୍ୟ ବିଜେଡି ୩୯୧୩ ଖଣ୍ଡ ଭୋଟ ପାଇ ଆଗରେ ରହିଥିବା ବେଳେ ବିଜେପି ୧୪୨୨ ଓ କଂଗ୍ରେସ ୭୫୦ ଭୋଟ ପାଇଛି ।

ସେହିପରି ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଓ ଦଶମ ରାଉଣ୍ଡ ଶେଷ ଶୁଦ୍ଧା ବିଜେଡି ଖାତାକୁ ଅଧିକ ଭୋଟ ଯାଇଛି । ଷଷ୍ଠ ରାଉଣ୍ଡରେ ବିଜେଡି ୫୧୫୫ ଖଣ୍ଡ ଭୋଟ, ବିଜେପି ୧୦୦୨ ଓ କଂଗ୍ରେସ ୧୭୭୮ ଭୋଟ ପାଇଛି । ସେହିପରି ସପ୍ତମ ରାଉଣ୍ଡରେ ବିଜେପି କଂଗ୍ରେସ ପଛରେ ପଡିଥିବା ବେଳେ ବିଜେଡି ୪୩୭୯ ଭୋଟରେ ଆଗରେ ରହିଛି । ଅଷ୍ଟମ ରାଉଣ୍ଡରେ ୨୮୪୮ ଖଣ୍ଡ ଭୋଟ, ନବମ ରାଉଣ୍ଡରେ ୪୦୩୯ ଓ ଦଶମ ରାଉଣ୍ଡରେ ୨୭୯୧ ଅଧିକ ଭୋଟ ପାଇ ଲିଡ କରୁଛି ବିଜେଡି । ବର୍ତ୍ତମାନ ସୁଦ୍ଧା ୧୦ଟି ରାଉଣ୍ଡ ଭୋଟ ଗଣତି ସରିଥିବା ବେଳେ ଆହୁରି ୧୦ ଟି ରାଉଣ୍ଡ ଗଣତି ଫଳାଫଳ ବାକି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.