ଝାରସୁଗୁଡା : ଦିନ ଦ୍ବିପହରେ ଦୁର୍ବୃତ୍ତ ଲୁଟି ନେଲେ 5 ଲକ୍ଷ ଟଙ୍କା। ଜନଗହଳିପୂର୍ଣ୍ଣ ଝାରସୁଗୁଡା ବମ୍ବେଛକ ନିକଟରେ କାରରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ ହେଲା 5 ଲକ୍ଷ ଟଙ୍କା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଦିନେସ ସାହୁ ନାମକ ଜଣେ ବ୍ୟକ୍ତି ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ବ୍ରଜରାଜନଗର ଯାଉଥିବାବେଳେ ବମ୍ବେଛକ ନିକଟରେ କାରଟିକୁ ରାସ୍ତାରେ କିଛି ସମୟ ପାଇଁ ରଖି ଓହ୍ଲାଇଥିଲେ । କାରର ପିଛା କରି ବାଇକରେ 2 ଜଣ ଯୁବକ ଗାଡିର ଡୋର ଖୋଲି ସେଥିରେ ଥିବା ଟଙ୍କା ବ୍ୟାଗକୁ ଲୁଟି ନେଇ ଫେରାର ହୋଇଯାଇଥିଲେ। ଖବରପାଇ ଝାରସୁଗୁଡା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ