ETV Bharat / state

କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ - ଝାରସୁଗୁଡାରେ ଭାରତ ସଂକଳ୍ପ ଯାତ୍ରା

ଝାରସୁଗୁଡାରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଦ୍ବାରା ଉଦଘାଟିତ । ଅଧିକ ପଢନ୍ତୁ

bharat sankalp yatra
bharat sankalp yatra
author img

By ETV Bharat Odisha Team

Published : Nov 30, 2023, 8:55 AM IST

Updated : Nov 30, 2023, 11:02 AM IST

ବିକଶିତ ଭାରତ ସଂକଳ୍ପ ଯାତ୍ରା

ଝାରସୁଗୁଡା: ଝାରସୁଗୁଡାରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଦ୍ୱାରା ଏହି ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ ହୋଇଯାଇଛି । ତେବେ ଜିଲ୍ଲାର ନବ ଦାସ ଅଡିଟୋରିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ ସାଂସଦ ପୂଜାରୀ ଯୋଗଦେଇ ଭାରତକୁ ଏକ ବିକଶିତ, ଆତ୍ମନିର୍ଭରଶୀଳ ଓ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଜାତି, ଧର୍ମ, ବର୍ଣ୍ଣ ଓ ଦଳ ନିର୍ବିଶେଷରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏଥିସହ ଅର୍ଥନୈତିକ ଦୃଷ୍ଟିକୋଣରୁ ବିଶ୍ୱର ପଞ୍ଚମ ବୃହତ ଶକ୍ତି ଭାବରେ ପରିଗଣିତ ଭାରତକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା ପୂର୍ବକ ଆହ୍ୱାନ ଦେଇଛନ୍ତି ।

ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି । ଏହାକୁ ଆହୁରି ଆଗକୁ ନେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ସାଂସଦ ମହିଳା ଓ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ପୂର୍ବକ ସାଂସଦ ଜନସାଧାରଣ ଯୋଜନା ବାବଦରେ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି । ଗଣତନ୍ତ୍ରର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ଲୋକ ପାଖରେ ଯୋଜନାର ସୁଫଳ ପହଞ୍ଚାଇବା ସକାଶେ ସଚେତନତା ସୃଷ୍ଟି ପାଇଁ ସାଂସଦ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ୟପଟେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ସ୍ବାସ୍ଥ୍ୟବୀମା ଯୋଜନା ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଜନମଙ୍ଗଳ ରାଷ୍ଟ୍ରରେ ହିତାଧିକାରୀମାନେ ଯୋଜନା ବିଷୟରେ ଅବଗତ ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ ଉଦଘାଟିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତେବେ ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମ୍ପର୍କିତ ପ୍ରଧାନମନ୍ତ୍ରୀଙ୍କ ଦୃଶ୍ୟଶ୍ରାବ୍ୟ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା । “ଧରତୀ କହେ ପୁକାର କେ” ' ଶୀର୍ଷକରେ କୋଲାବିରାର ମା' ସମଲେଶ୍ଵରୀ ବ୍ଲକ ସ୍ତରୀୟ ମହାସଂଘ ଓ ସ୍ଥାନୀୟ ଜ୍ୟାକ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ପକ୍ଷରୁ ସମ୍ବଲପୁରୀ ଓ ଦେଶାତ୍ମବୋଧ ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ସେହିପରି 'ମେରି ଜୁବାନି ମେରି କାହାନୀ' ଶୀର୍ଷକରେ ସଫଳ କାହାଣୀ ଉପସ୍ଥାପନ କରିଥିଲେ ଝାରସୁଗୁଡ଼ା ବ୍ଲକ୍‌ ମହାସଂଘ ସଭାପତି ସ୍ବର୍ଣ୍ଣଲତା ନାୟକ ଓ ଏନ୍ ଆର୍ ଏଲ୍ ଏମ୍ ମାଷ୍ଟର ବୁକ୍‌ କିପର ଆରତୀ ଉର୍ମା । ବିକଶିତ ଭାରତରେ ଛାତ୍ରଛାତ୍ରୀଙ୍କ ଭୂମିକା ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକାରୀ କଳାକାରମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରଶଂସା ପତ୍ର ବିତରଣ କରାଯାଇଥିଲା । ଏହି ଅବସରରେ ଚାଷୀମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ୍‌ ମଧ୍ୟ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

Last Updated : Nov 30, 2023, 11:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.