ETV Bharat / state

ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗ ଗିରଫ - ଧରା ପଡିଲେ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗ

ଝାରସୁଗୁଡା ବେଲପାହାଡ଼ ପୋଲିସ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗ ଧରା ପଡିଛନ୍ତି । ସେମାନଙ୍କ ଠାରୁ ପୁଲିସ ନଗଦ ୭୬ ହଜାର ଟଙ୍କା, ୬୦ଟି ଏଟିଏମ କାର୍ଡ, ୨ଟି ସ୍କିମର ମେସିନ, ଗୋଟିଏ ଲ୍ୟାପଟପ, ୬ଟି ମୋବାଇଲ ଫୋନ, ୧ଟି ଭୁଜାଲି ଏବଂ ଲୁଟରେ ବ୍ୟବହୃତ ଏକ ନମ୍ବରବିହୀନ ସ୍କର୍ପିଓ ଗାଡି ଜବତ କରିଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Sep 6, 2019, 11:46 PM IST

ଝାରସୁଗୁଡା: ଧରା ପଡିଲେ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗ । ବ୍ୟାଙ୍କ ଗ୍ରାହକଙ୍କ ଏଟିଏମ କାର୍ଡ ଜାଲିଆତି ସହ ଜାଲ ସ୍ବାଇପ ମେସିନ ଜରିଆରେ ଲକ୍ଷାଧିକ ଟଙ୍କା ଲୁଟୁଥିବା ଏକ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗର ୬ ସଦସ୍ୟଙ୍କୁ ଧରିଛି ଝାରସୁଗୁଡା ବେଲପାହାଡ଼ ପୋଲିସ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସେମାନଙ୍କ ଠାରୁ ପୁଲିସ ନଗଦ ୭୬ ହଜାର ଟଙ୍କା, ୬୦ଟି ଏଟିଏମ କାର୍ଡ, ୨ଟି ସ୍କିମର ମେସିନ, ଗୋଟିଏ ଲ୍ୟାପଟପ, ୬ଟି ମୋବାଇଲ ଫୋନ, ୧ଟି ଭୁଜାଲି ଏବଂ ଲୁଟରେ ବ୍ୟବହୃତ ଏକ ନମ୍ବରବିହୀନ ସ୍କର୍ପିଓ ଗାଡି ଜବତ କରିଛି। ଗିରଫ ହୋଇଥିବା ଲୁଟେରାମାନେ ହେଲେ ଶଙ୍କର ରାୟ, ରୋଶନ କୁମାର, ଧୀରେନ୍ଦ୍ର ପାଣ୍ଡେ, ରିତେଶ କୁମାର, ଅମନ କୁମାର, ଚିତ୍ତ ରଞ୍ଜନ ମିଶ୍ର। ସମସ୍ତେ ବିହାର ରାଜ୍ୟର ବାସିନ୍ଦା ହୋଇଥିବାବେଳେ ଏହି ଗ୍ୟାଙ୍ଗ ବିଭିନ୍ନ ଦଳରେ ବିଭକ୍ତ ହୋଇ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅପରାଧିକ କାୟା ବିସ୍ତାର କରିବା ସହ ଅଭିନବ ଉପାୟରେ ଟଙ୍କା ଲୁଟିଥିବା ଝାରସୁଗୁଡା ଏସପି ଅଶ୍ୱିନୀ ମହାନ୍ତି ସୂଚନା ଦେଇଛନ୍ତି ।

ସୂଚନାଥାଉକି, ଝାରସୁଗୁଡାର ବେଲପାହାଡ ଥାନା ଅନ୍ତର୍ଗତ ଗୁମାଡେରାସ୍ଥିତ କିଛିଦିନ ତଳେ ଏକ ଆକ୍ସିସ ବ୍ୟାଙ୍କରୁ ଲୁଟ୍‌ ହୋଇଥିଲା । ଲୁଟ୍‌ ସମୟରେ ଲୁଟେରାମାନେ ଏକ ସ୍କର୍ପିଓ ଗାଡି ବ୍ୟବହାର କରିଥିଲେ । ତେବେ ଏହି ଘଟଣାକୁ ନେଇ ଜିଲ୍ଲା ପୋଲିସ ତନାଘନା ଆରମ୍ଭ କରିଦେଇଥିଲେ । ଏହି ତନାଘନା ସମୟରେ ଏଟିଏମ୍‌ ଲୁଟେରା ଏକ ହୋଟଲରୁ ଧରା ପଡିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:।।Body:।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.