ETV Bharat / state

ବିଧାନସଭା ହାଉସ କମିଟିର ଝାରସୁଗୁଡ଼ା ଗସ୍ତ, ବିସ୍ଥାପିତଙ୍କ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯିବା ନେଇ ବୈଠକରେ ନିଷ୍ପତ୍ତି

author img

By

Published : Nov 28, 2021, 4:08 PM IST

Updated : Nov 28, 2021, 9:09 PM IST

ଝାରସୁଗୁଡା ଗସ୍ତରେ ବିଧାନସଭା ହାଉସ କମିଟି । ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି । ଅଧିକ ପଢନ୍ତୁ

ବିଧାନସଭା ହାଉସ କମିଟିର ଝାରସୁଗୁଡ଼ା ଗସ୍ତ
ବିଧାନସଭା ହାଉସ କମିଟିର ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡା : ବିଧାନସଭା ହାଉସ କମିଟି ଝାରସୁଗୁଡା ଗସ୍ତ କରିଛନ୍ତି । ଏହି କମିଟି ଆଜି ସକାଳେ MCL ଦ୍ୱାରା ବିସ୍ଥାପିତ ହେବାକୁ ଥିବା ବିଭିନ୍ନ ଗାଁକୁ ପରିଦର୍ଶନ କରିବା ପରେ ଦ୍ବିତୀୟ ପର୍ଯ୍ୟାୟରେ OPGC ସମ୍ମିଳନୀରେ କକ୍ଷରେ ଏ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ ଏଥିରେ ଅଧ୍ୟକ୍ଷତାରେ କରିଥିଲେ । ବହୁ ବର୍ଷ ଧରି MCL ଏଠାରେ କୋଇଲା ଖଣି କରି କୋଟି କୋଟି ଟଙ୍କା ଲାଭବାନ ହେଉଥିଲେ ମଧ୍ୟ କୋଇଲା ଖଣି ଦ୍ୱାରା ବିସ୍ଥାପିତ ହେବାକୁ ଥିବା ଗାଁ ଗୁଡିକ ପ୍ରତି MCL ମୌଳିକ ସୁବିଧା ଦେବାରେ ଅବହେଳା କରୁଥିବା ଅଭିଯୋଗ ହେଉଛି ।

ବିଧାନସଭା ହାଉସ କମିଟିର ଝାରସୁଗୁଡ଼ା ଗସ୍ତ

ଦରଳିପାଳି, ଟିଙ୍ଗିସମାଲ, ଉବୁଡା, ଛରଲା ଆଦି ଗାଁରେ ଲାଗି ରହିଥିବା ସମସ୍ୟା ପ୍ରତି MCL ଧ୍ୟାନ ଦେବା ଦରକାର । ଏବଂ ଖୁବଶୀଘ୍ର ସମାଧାନ କରୁ ବୋଲି ଗୃହ କମିଟିର ଅଧ୍ୟକ୍ଷ ରଜନୀକାନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ଥଇଥାନ କରାଯିବ ବୋଲି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Nov 28, 2021, 9:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.