ETV Bharat / state

ଝାରସୁଗୁଡାରେ ବିଧାନସଭା ଗୃହ କମିଟି

author img

By

Published : Mar 2, 2021, 9:17 AM IST

ଝାରସୁଗୁଡାର ବିଭିନ୍ନ ସମସ୍ୟାର ତଦାରଖ କଲେ ବିଧାନସଭା ଗୃହ କମିଟି । ଏସବୁର ସମସ୍ତ ସମାଧାନ ପାଇଁ ଏକ ରିପୋର୍ଟ ସରକାରଙ୍କ ପାଖକୁ ପଠାଯିବ ବୋଲି କଂଗ୍ରେସ ବିଧାୟକ ତଥା କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି । ଅଧିକ ପଢନ୍ତୁ...

ଝାରସୁଗୁଡାର ବିଭିନ୍ନ ସମସ୍ୟା ତଦାରଖ
ଝାରସୁଗୁଡାର ବିଭିନ୍ନ ସମସ୍ୟା ତଦାରଖ

ଝାରସୁଗୁଡା :ଜିଲ୍ଲାର ବିଭିନ୍ନ ସମସ୍ୟାର ତଦାରଖ କଲେ ବିଧାନସଭା ଗୃହ କମିଟି । ଝାରସୁଗୁଡା ଗସ୍ତରେ ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏବଂ ଅନ୍ୟାନ୍ୟ ସଦସ୍ୟ ଝାରସୁଗୁଡା ଜିଲ୍ଲାକୁ ଆସି ଶକ୍ତି କ୍ଷେତ୍ରରେ ଥିବା ଜିଲ୍ଲାର ବିଭିନ୍ନ ସମସ୍ୟା ର ସମୀକ୍ଷା କରିଥିଲେ ।

ଗୃହ କମିଟିର ସବ କମିଟିମାନ ଗଠନ କରି ଯେଉଁ ଅଞ୍ଚଳ ୱେସ୍କୋ ଅଧୀନରେ ଆସିଛି ସେହି ଅଞ୍ଚଳର ପରିଦର୍ଶନ କରିଥିଲେ । ଏହା ସହ ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଥିଲେ । ଏସବୁର ସମସ୍ତ ସମାଧାନ ପାଇଁ ଏକ ରିପୋର୍ଟ ସରକାରଙ୍କ ପାଖକୁ ପଠାଯିବ ବୋଲି ବିଧାୟକ ନରସିଂହ ମିଶ୍ର କହିଛନ୍ତି ।

ଝାରସୁଗୁଡାର ବିଭିନ୍ନ ସମସ୍ୟା ତଦାରଖ

ସେହିପରି ଝାରସୁଗୁଡା ଗସ୍ତରେ ଆସିଥିବା ଗୃହ କମିଟି ବନହରପାଲିସ୍ଥିତ ଓଡିଶା ପାୱାର ଜେନେରେସନ କର୍ପୋରେସନ(ଓପଜିସି)ର ପ୍ଲାଣ୍ଟ ପରିସର ବୁଲି ଦେଖିବା ସହ ଓପିଜିସି କାର୍ଯ୍ୟାଳୟ ସଭା କକ୍ଷରେ ଏକ ବୈଠକ ଅନୁଷ୍ଠିତ କରିଥିଲେ । ଏହି ଅବସରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଶକ୍ତି ବିଭାଗର ଅତିରିକ୍ତ ସଚିବ ଧନଞ୍ଜୟ ସ୍ବାଇଁ, ଓପିଟିସିଏଲର ସିଜିଏମ ସୁଦିପ୍ତ ଗୁପ୍ତା, ଟିପିଡବ୍ଲୁଓଡିଏଲର ବରିଷ୍ଠ ଅଧିକାରୀ ଆଶିଷ ପଣ୍ଡା, ଓପିଜିସିର ବରିଷ୍ଠ ଅଧିକାରୀ ପ୍ରଭାକର ମହାନ୍ତି, ସୁକାନ୍ତ ମହାପାତ୍ର, ଆରକେ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

ଝାରସୁଗୁ଼ଡାରୁ ରବି ନାରାୟଣ ସାହୁ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.