ଝାରସୁଗୁଡ଼ା: ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ୍-ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କସ ଆସୋସିଏସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଙ୍ଗନବାଡ଼ି କର୍ମଚାରୀ ମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ୧୪ ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଏହି ବିକ୍ଷୋଭ ଚାଲୁ ରହିବ ବୋଲି ଅଙ୍ଗନବାଡ଼ି କର୍ମୀ ଚେତାବନୀ ଦେଇଛନ୍ତି । ଦୀର୍ଘ ବର୍ଷ ଧରି ଠିକା କାମ କରି ଜୀବନ ବିତାଉଥିବା ଅଙ୍ଗନବାଡ଼ିଙ୍କ ଦାବି ହେଲା ସେମାନଙ୍କର ଥିବା ସ୍କିମ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯିବା ସହିତ ଚାକିରି ସର୍ତ୍ତାବଳିକୁ ଲାଗୁ କରାଯାଉ ।
ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନାହିଁ ସେ ପର୍ଯ୍ୟନ୍ତ ମାସିକ ପାରିଶ୍ରମିକ ୨୧ ହଜାର ଓ ସହାୟିକାଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଉ ଭଳି ୧୪ ଦଫା ଦାବି କରାଯାଇଛି । ଏନେଇ ଝାରସୁଗୁଡ଼ା ଆଙ୍ଗନବାଡ଼ି ଲେଡିଜ ୱାର୍କସ ଆସୋସିଏସନ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛିନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି । ଯଦି ଏହି ଦାବି ପୂରଣ ନହୁଏ ତେବେ ଆଗମୀ ଦିନରେ ଆସୋସିଏସନ ରାଜରାସ୍ତାକୁ ଓଲ୍ଲାଇବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ