କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ପୂର୍ବତନ ବିଧାୟିକା - Corona Epidemic
କୋରୋନା ମହାମାରୀ ସମୟରେ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ଅବଦାନ ଅତୁଳନୀୟ କହିବା ସହ କୋରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ଅଧିକ ପଢନ୍ତୁ...
କୋରୋନା ଯୋଦ୍ଧା ସମ୍ମାନରେ ଅଙ୍ଗନଓ୍ବାଡି, ଆଶା କର୍ମୀ, ସମାଜସେବୀଙ୍କୁ ସମ୍ମାନିତ
ଝାରସୁଗୁଡ଼ା: ବନ୍ଧବାହାଲ ଗ୍ରାମ ପଞ୍ଚାୟତ ଠାରେ କୋରୋନା ଯୋଦ୍ଧା ଅଙ୍ଗନଓ୍ବାଡି, ଆଶା କର୍ମୀ, ସମାଜସେବୀଙ୍କୁ ସମ୍ମାନିତ କରାଯାଇଛି । ସ୍ଥାନୀୟ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବନ୍ଧବାହଲ ସରପଞ୍ଚ, ସମିତିସଭ୍ୟ ଓ ସମାଜସେବୀଙ୍କ ତରଫରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଯୋଗ ଦେଇଥିଲେ।
କୋରୋନା ଯୋଦ୍ଧା ସମ୍ମାନରେ ଅଙ୍ଗନଓ୍ବାଡି, ଆଶା କର୍ମୀ, ସମାଜସେବୀଙ୍କୁ ସମ୍ମାନିତ
ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ କୋରୋନା ମହାମାରୀ ସମୟରେ ଆଶା ଓ ଅଙ୍ଗନଓ୍ବାଡି କର୍ମୀ ଅବଦାନ ଅତୁଳନୀୟ । ସେମାନେ ମହାମାରୀ ସମୟରେ ଲୋକଙ୍କୁ ସଚେତନ ସହ କୋରୋନା ସହ ଲଢିଥିଲେ । ପ୍ରକୃତରେ ସେମାନେ କୋଭିଡ଼ ଯୋଦ୍ଧା ବୋଲି କହିଛନ୍ତି ବନ୍ଧବାହାଲ ସରପଞ୍ଚ ରଜ କିଶୋର ନାୟକ ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ
Last Updated : Jun 14, 2021, 7:59 PM IST