ETV Bharat / state

ପେଶା ଆଇନ ଲାଗୁ ନେଇ ଜୋର ଧରିଲା ଦାବି - ଝାରସୁଗୁଡା ଖବର

ସମ୍ମିଳିତ ଆଦିବାସୀ ସମାଜ ଓ ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭା, ୧୯୯୬ ମସିହାରୁ ଦେଶରେ ଲାଗୁ ହୋଇଥିବା ପେଶା ଆଇନକୁ ରାଜ୍ୟରେ ଲାଗୁ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଆଦିବାସୀ ମାନଙ୍କ ପେଶା ଆଇନ ଲାଗୁ ନେଇ ଦାବୀ ଜୋର ଧରିଲା

author img

By

Published : Jul 11, 2022, 10:16 AM IST

ଝାରସୁଗୁଡା: ସମ୍ମିଳିତ ଆଦିବାସୀ ସମାଜ ଓ ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭା, ୧୯୯୬ ମସିହାରୁ ଦେଶରେ ଲାଗୁ ହୋଇଥିବା ପେଶା ଆଇନକୁ ରାଜ୍ୟରେ ଲାଗୁ କରିବା ପାଇଁ ଦାବି କରିଛନ୍ତି । ଆଦିବାସୀ ମାନେ ମୁଖ୍ୟତଃ ଶିକ୍ଷା, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ଆଗେଇ ଦେଶ ବିକାଶର ମୁଖ୍ୟ ଧାରାରେ ସମକକ୍ଷ ହେବାକୁ ଚାହାଁନ୍ତି ବୋଲି ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ।

ଆଦିବାସୀ ମାନଙ୍କ ପେଶା ଆଇନ ଲାଗୁ ନେଇ ଦାବୀ ଜୋର ଧରିଲା
ଆଦିବାସୀ ମାନଙ୍କ ପେଶା ଆଇନ ଲାଗୁ ନେଇ ଦାବୀ ଜୋର ଧରିଲା

ସମ୍ବିଧାନର ଅନୁଚ୍ଛେଦ ୨୪୪ ଅନୁସାରେ ପେଶା ଏକ ଭାଗ ଅଟେ, ଯାହା ପଞ୍ଚମ ଅନୁସୂଚୀ ଅନୁସାରେ ୫୦ ପ୍ରତିଶତରୁ ଅଧିକ ଆଦିବାସୀ ବସବାସ କରୁଥିବା ଓ ଆଦିବାସୀ କ୍ଷେତ୍ର ବ୍ୟତୀତ ବାକି କ୍ଷେତ୍ରରେ ଏସଟି,ଏସସି, ଓବିଶି ସଦସ୍ୟଙ୍କ ଅନୁପାତ ଅନୁଯାଇ ନିଯୁକ୍ତି ହେବା କଥା । କିନ୍ତୁ ଓଡ଼ିଶାରେ ଅଣ ଆଦିବାସୀ କ୍ଷେତ୍ରର ୨୩ଟି ଜିଲ୍ଲା, ୧୯୫ଟି ବ୍ଲକ ଓ ୬ହଜାରରୁ ଉର୍ଦ୍ଧ ପଞ୍ଚାୟତର ଯଥାକ୍ରମେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ସରପଞ୍ଚ ପଦ ଗୁଡିକରେ ସଂରକ୍ଷଣକୁ ସଂପୂର୍ଣ୍ଣ ରଦ୍ଧ କରାଯାଇଛି ।

ଏହିପରି ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି, ଅନୁସୁଚିତ ଜାତି ବର୍ଗର ପିଲା ମାନଙ୍କୁ ରାଜ୍ୟର ଜନସଂଖ୍ୟା ଅନୁପାତରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢିବାକୁ ଯଥାକ୍ରମେ ୨୩ ପ୍ରତିଶତ ଓ ୧୭ ପ୍ରତିଶତ ମିଳିବା କଥା କିନ୍ତୁ ପ୍ରଚଳିତ ସରକାରଙ୍କ ବେନିୟମ ସର୍କୁଲାର ଅନୁସାରେ ୧୨ ପ୍ରତିଶତ ଓ ୮ ପ୍ରତିଶତ ସଂରକ୍ଷଣ ରଖାଯାଇଛି ।

ବର୍ତ୍ତମାନ ST, SC ଓ OBC ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ପୋଷ୍ଟ ମ୍ୟାଟ୍ରିକ ସ୍କୋଲାରସିପ (PMS) ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କୁ ମିଳିନାହିଁ । ତେଣୁ ସଂପୃକ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପିଲାମାନଙ୍କ ବକେୟା କ୍ଲିଅର ନହୋଇ ଥିବା ଯୋଗୁଁ ସାର୍ଟିଫିକେଟ ନେଇ ସେହି ଅନୁଷ୍ଠାନ କିମ୍ବା ଅନ୍ୟ ଅନୁଷ୍ଠାନରେ ନାମ ଲେଖାଇ ପାରୁ ନଥିବାରୁ ତାଙ୍କର ପାଠପଢାରେ ଡୋରି ବନ୍ଧା ହେବାକୁ ଯାଉଛି । ବିଳମ୍ବରେ ହେଲେ ମଧ୍ୟ ଛତିଶଗଡ଼ ରାଜ୍ୟ ସରକାର ପେଶା ଆଇନକୁ ଲାଗୁ କରିବା ପାଇଁ କ୍ୟାବିନେଟର ଅନୁମୋଦନ କରିଛନ୍ତି ଓ ଆଗାମୀ ବିଧାନସଭାରେ ପାସ କରିବା ପାଇଁ ପଦକ୍ଷେପ ନେଇଛନ୍ତି ।

ସମ୍ମିଳିତ ଆଦିବାସୀ ସମାଜ ଓ ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭା ଏହାକୁ ପ୍ରଶଂସା କରିଛି । ପେଶା ଆଇନରେ ଥିବା ମୁଖ୍ୟ ନିଷ୍ପତ୍ତି ଗୁଡିକ ଗ୍ରାମସଭା ନ୍ୟାୟ କରିବ, ସେଥିରେ ସଡକ, ବିଜୁଳି, ପାଣି, ରାଜସ୍ୱ, ଉଦ୍ୟୋଗ, ଶିକ୍ଷା, ବାଣିଜ୍ୟ ଆଦି ମୁଖ୍ୟ ପ୍ରସଙ୍ଗ ଗୁଡିକ ମଧ୍ୟ ଫଇସଲା କରିବା ପାଇଁ ନିୟମ ରହିଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.