ETV Bharat / state

ଜାତୀୟ ପତାକାକୁ ଅସମ୍ମାନ କରି ଜଣେ ଗିରଫ - ଝାରସୁଗୁଡ଼ା ଏସପି ରାହୁଲ ଜୈନ

ଝାରସୁଗୁଡ଼ା ବାନହରପାଲି ଥାନା ଅଞ୍ଚଳର ବାନ୍ଧବାହାଲରେ ଜାତୀୟ ପତାକାକୁ ଦୋକାନୀଙ୍କ ଅସମ୍ମାନ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଝାରସୁଗୁଡ଼ା ଏସପି । ଅଧିକ ପଢନ୍ତୁ

ଜାତୀୟ ପତାକାକୁ ଦୋକାନୀଙ୍କ ଅସମ୍ମାନ, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲା ପୋଲିସ

author img

By

Published : Aug 25, 2022, 5:27 PM IST

ଝାରସୁଗୁଡ଼ା: ଜିଲ୍ଲାର ବାନହରପାଲି ଥାନା ଅଞ୍ଚଳର ବାନ୍ଧବାହାଲରେ ମାଂସ ଦୋକାନୀଙ୍କ ଜଘନ୍ୟ କାଣ୍ଡ । ଦେଶର ଜାତୀୟ ପତାକାକୁ ସେ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଏକ ଭିଡ଼ିଓ ସାମନାକୁ ଆସିବା ପରେ ଉକ୍ତ ଦୋକାନୀକୁ ପୋଲିସ ଗିରଫ କରିଛି । ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଝାରସୁଗୁଡ଼ା ଏସପି ରାହୁଲ ଜୈନ ।

ଭାଇରାଲ ହେଉଥିବା ଭିଡ଼ିଓରେ ଅଭିଯୁକ୍ତ ମାଂସ ଦୋକାନୀ ଜାତୀୟ ପତାକାକୁ ଅସମ୍ମାନ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି କାର୍ଯ୍ୟ ଲାଗି ଅନ୍ୟ ଜଣେ ଯୁବକ ଉକ୍ତ ଦୋକାନୀକୁ ବାରଣ ମଧ୍ୟ କରିଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଭିଡ଼ିଓଟି ଭାଇରାଲ ହେବା ପରେ ଜିଲ୍ଲାରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବାନ୍ଧବାହାଲ ବନ୍ଦ ଡାକରା ଦିଆଯାଇଛି ।

ଜାତୀୟ ପତାକା ପ୍ରତି ଅସମ୍ମାନ ଅଭିଯୋଗରେ ପଚରାଉଚରା ପାଇଁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ଏସପି । ସେ କହିଛନ୍ତି, "ଯେକୌଣସି ଲୋକ ଜାତୀୟ ପତାକାକୁ ଅପମାନ କରେ ତେବେ ତାହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.