ETV Bharat / state

କ୍ଷୁଧାର ଆଉ ଏକ କରୁଣ ଚିତ୍ର, ଡଷ୍ଟବିନରୁ ଗୋଟାଇ ଖାଇଲେ ଅସହାୟ - ଝାରସୁଗୁଡ଼ା ଖବର

ପୁଣି ସାମ୍ନାକୁ ଆସିଲା ଭୋକର ଆଉ ଏକ କରୁଣ ଚିତ୍ର । ଡଷ୍ଟବିନରେ ପଡିଥିବା ଅଇଁଠା ବାସୀ ଖାଦ୍ୟକୁ ଗୋଟାଇ ଜଣେ ଆସହାୟ ଖାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ...

କ୍ଷୁଧାର ଆଉ ଏକ କରୁଣ ଚିତ୍ର, ଡଷ୍ଟବିନରୁ ଗୋଟାଇ ଖାଇଲେ ନିରାଶ୍ରୟ

author img

By

Published : Apr 26, 2021, 11:11 PM IST

ଝାରସୁଗୁଡ଼ା: ପୁଣି ସାମ୍ନାକୁ ଆସିଲା ଭୋକର ଆଉ ଏକ କରୁଣ ଚିତ୍ର । ବୋଲ ମାନୁନି ଭୋକ, ଏଥିପାଇଁଁ ତ ଡଷ୍ଟବିନରେ ପଡିଥିବା ଅଇଁଠା ବାସୀ ଖାଦ୍ୟକୁ ମଧ୍ୟ ସେ ଆପଣେଇ ନେଉଛି । ଭୋକର ବିକଳ ଚିତ୍ରଟି ଦେଖିବା ପରେ ଛାତି କୁ ଥରାଇ ଦେଇଛି । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରୁ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଚିହ୍ନା ଓ ଅଲୋଡା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ୱାର୍ଡରେ ରହୁଥିବା ଜଣେ ମାନସିକ ରୋଗୀ ମୁଠାଏ ଖାଦ୍ୟ ପାଇଁ ଏଭଳି ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି । ଭାଇରଲ ଭିଡିଓ ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାମାଜିକ କର୍ମୀ ଓ ବିରୋଧୀ ବିଜେପି ।

କ୍ଷୁଧାର ଆଉ ଏକ କରୁଣ ଚିତ୍ର, ଡଷ୍ଟବିନରୁ ଗୋଟାଇ ଖାଇଲେ ନିରାଶ୍ରୟ

କ୍ଷୁଧାର ଆଉ ଏକ କରୁଣ ଚିତ୍ର
ସେଦିନ ସୁଦାନ, ଆଜି ଝାରସୁଗୁଡା… ସେଦିନ ନଗଡା, ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସେଠି ବି ଥିଲା ଭୋକିଲା ପେଟ, ଏଠି ବି ଅଛି ଭୋକିଲା ପେଟ । ଆହାର ବିନା ପେଟ ଯେବେ ଆଁ କରେ ସେବେ ଜଣାପଡେନି ଭଲ-ମନ୍ଦ, ବାସି-ସଜ, ଗରମ-ଥଣ୍ଡା, ଲୁଣିଆ-ଅଲଣିଆ, ସୁଆଦିଆ-ଅସୁଆଦିଆ । ଖାଲି ଦରକାର ଖାଦ୍ୟ ଆଉ ଖାଦ୍ୟ । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡଷ୍ଟବିନରୁ ଜଣେ ନିରାଶ୍ରୟଙ୍କ ଏଭଳି ଖାଦ୍ୟ ଗୋଟାଇ ଖାଇବା ଭିଡିଓ ଭାଇରାଲ ହେବାକୁ ଲାଗିଛି । କିଛି ଦିନ ତଳେ କୋଇଡା ଅଂଚଳର ଏକ ଶିଶୁ ଖଲି ଚାଟିବା ଘଟଣା ସମସ୍ତ ଙ୍କୁ ବିଚଳିତ କରିଥିଲା । ଏବେ ଏମିତି ଆଉ ଏକ ଘଟଣା ହୃଦୟ ଥରାଇଦେଇଛି । ଭୋକ ଓ ଭୋକିଲାର ଏହି କରାଳ ଦୃଶ୍ୟର ଏକ ଭିଡିଓ ଏବେ ଝାରସୁଗୁଡା ଜିଲ୍ଲାରେ ଭାଇରାଲ ହୋଇଛି । ଭିଡିଓ ଟିରେ ଜଣେ ଅସହାୟ ଏକ ଡଷ୍ଟବିନ ଭିତରୁ ଖାଇବା ବାହାର କରି ଖାଉଥିବାର ଦେଖିବାକୁ ମିଳୁଛି । ଏହା ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲାବାରିସ ରୁମ ନିକଟର ଦୃଶ୍ୟ ବୋଲି ଜଣାପଡିଛି ।

ହେଲେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲ ମୋହନ ରାଉତରାୟଙ୍କୁ ପଚାରିବାରୁ କହିଛନ୍ତି ସେ ଏ ବିଷୟରେ ଅବଗତ ନଥିଲେ । ଏନେଇ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।ତେବେ ଏପରି ଘଟଣା ଯେପରି ଅଗାମୀ ଦିନରେ ନଘଟେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସିଡିଏମଓ କହିଛନ୍ତି ।

5 ବର୍ଷ ପରେ ପୁଣି ଜିଲ୍ଲାରେ ଏଭଳି ଦୃଶ୍ୟ
ପାଞ୍ଚ ବର୍ଷ ପରେ ଶିଳ୍ପନଗରୀ ଝାରସୁଗୁଡାରେ ରିପିଟ ହୋଇଛି ନଗଡା ଭୋକ । ବିକାଶର ବୃକ୍ଷ ଯେଉଁ ଅଞ୍ଚଳରେ ସରକାର ଲଗାଉଛନ୍ତି ସେଠାରେ ଏ ଭୋକିଲା ପେଟ ସରକାରୀ ବ୍ୟବସ୍ଥାକୁ, ସରକାରଙ୍କ ଶାସନକୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ୨୦୧୬ରେ ଯାଜପୁର ନଗଡାର ନଗ୍ନ ଚିତ୍ର ଦେଖିଥିଲା ସାରା ଦେଶ । ଭୋକର ଚିତ୍ର କେତେ ଭୟଙ୍କର ହୋଇପାରେ ତାହା ଦେଖିଥିଲା ଭାରତ । ଆଉ ନଗଡା ପାଇଁ ସମସ୍ତଙ୍କ ନିଦ ହଜାଇ ଦେଇଥିଲା । ଅନାହାର, ଅପପୁଷ୍ଟିର ଶିକାର ହୋଇ ୨୦୧୬ରେ ନଗଡାରେ ଗଡ଼ିଥିଲା ୧୯ ଶିଶୁଙ୍କ ମୁଣ୍ଡ ।

ଟାର୍ଗେଟ କଲେ ବିରୋଧୀ ଓ ସାମାଜିକ କର୍ମୀ

ଖାଲି ଭାତ ଖାଇ କୁପୋଷଣର ଶିକାର ହେଉଥିବା ଶିଶୁ ଅକାଳରେ ଆଖିବୁଜୁଥିଲେ । ୫ ବର୍ଷ ତଳେ ଓଡିଶାର ଏ ଚିତ୍ର ଦେଖିଥିଲା ସାରା ବିଶ୍ୱ । ଆଉ ୫ ବର୍ଷ ପରେ ସେମିତି ଏକ ଚିତ୍ର ନଗଡା ନୁହେଁ ଶିଳ୍ପ ସମୃଦ୍ଧ ଝାରସୁଗୁଡାରୁ ଆସିଛି । ଯାହା ଭୋକିଲା ନିରାଶ୍ରୟର କରୁଣ କାହାଣୀ ବଖାଣିଛି । ଡ଼ଷ୍ଟବିନରେ ପଡିଥିବା ଅଇଁଠା ବାସୀ ଖାଦ୍ୟ କୁ ଖାଉଥିବା ନିରାଶ୍ରୟ ଭିଡିଓ ସାମ୍ନା କୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ କୁ ଟାର୍ଗେଟ କରିଛନ୍ତି ସାମାଜିକ କର୍ମୀ ସହିତ ବିରୋଧୀ ବିଜେପି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ନିରାଶ୍ରୟ ମାନଙ୍କ ପାଇଁ ଆଟେଣ୍ଡାଣ୍ଟ ରଖାଯାଇନଥିବା ଅଭିଯୋଗ ହୋଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.