ଝାରସୁଗୁଡା: ଜିଲ୍ଲା କୋଲାବିରା ବ୍ଲକ ରଘୁନାଥପାଲି ଗାଁରୁ ଏକ ହରିଣକୁ ଉଦ୍ଧାର କରିଛି ବନ ବିଭାଗ । ହରିଣଟି ମହୁଳ ମୁଣ୍ଡା ସଂରକ୍ଷଣ ଜଙ୍ଗଲରୁ ଚାଲି ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ହରିଣର ଗୋଡ଼ରେ ଆଘାତ ଲାଗିଥିବାରୁ କୋଲାବିରା ପ୍ରାଣୀ ବିଭାଗ ପକ୍ଷରୁ ତାର ଚିକିତ୍ସା କରାଯାଉଛି ।
ହରିଣଟି ସୁସ୍ଥ ହେବା ପରେ ପୁଣି ତାକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି କୋଲାବିରା ବନ ବିଭାଗର ଅଧିକାରୀ ହରିହର ପାତ୍ର ସୂଚନା ଦେଇଛନ୍ତି। ଆଜି ହରିଣଟି ରଘୁନାଥପାଲିର ଜ୍ୟୋତିଷଙ୍କ ବାଡ଼ି ପଟେ ଥିବା ଦେଖି ଗାଁର ଲୋକମାନେ ବନ ବିଭାଗକୁ ସୂଚନା ଦେଇଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ବନ ବିଭାଗ ହରିଣକୁ ଉଦ୍ଧାର କରିଥିଲେ ।
ଇଟିଭି ଭାରତ, ଝାରସୁଗୁଡ଼ା