ଝାରସୁଗୁଡ଼ା: ଜିଲ୍ଲା ସହରସ୍ଥିତ ମନମୋହନ ସ୍କୁଲ ପଡ଼ିଆରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଦ୍ଵିତୀୟ ବାଟାଲିୟନ ପକ୍ଷରୁ ପରେଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ଅନୁଷ୍ଠିତ ହୋଇପାରୁନଥିଲା ପରେଡ଼ । ହେଲେ ଚଳିତ ବର୍ଷ କୋରୋନା ଭୟ ନଥିବାରୁ ପରେଡ଼ ନେଇ ସମସ୍ତେ ବେସ ଉତ୍ସାହିତ ଅଛନ୍ତି ।
ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଝାରସୁଗୁଡ଼ା ଏସ.ପି. ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ସାମଲ, ଲଙ୍କେଶ୍ଵର ଅମାତ, ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ, ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ । 74ତମ ସାଧାରଣତନ୍ତ୍ର ଦିବସ ନେଇ ସବୁଠି ଉତ୍ସାହ । ରାଜଧାନୀ ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ପ୍ରଥମ ଥର ପାଇଁ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଜାତୀୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ପ୍ରଥମ ଓଡିଆ ମହିଳା ରାଷ୍ଟ୍ରପତି ଭାରେ ପତାକା ଉତ୍ତୋଳନ କରିଛନ୍ତି ଦ୍ରୌପଦୀ ମୁର୍ମୁ ।
ଏହା ବି ପଢନ୍ତୁ...ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫ୍ଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାର ଠିକ୍ ଦୁଇ ବର୍ଷ ପରେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା । ସେବେଠୁ ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ ହୋଇ ଆସୁଛି ।
ଇଟିଭି ଭାରତ, ଝାରସୁଗୁଡା