ETV Bharat / state

ଝାରସୁଗୁଡ଼ାରେ ୭୦ତମ ନିଖିଲ ଭାରତ ସମବାୟ ସପ୍ତାହ ପାଳନ

ଝାରସୁଗୁଡ଼ାରେ ୭୦ତମ ନିଖିଲ ଭାରତ ସମବାୟ ସପ୍ତାହ ପାଳନ ହୋଇଯାଇଛି । ଚାଷୀଙ୍କ ଆର୍ଥକ ମେରୁଦଣ୍ଡକୁ ସଳଖିବାରେ ସମବାୟ ବ୍ୟାଙ୍କର ଭୂମିକାକୁ ଦର୍ଶାଇବା ଲକ୍ଷରେ ପାଳନ ହେଉଛି ସମବାୟ ସପ୍ତାହ । ସମବାୟ ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଲୋକଙ୍କ ସହ ଆଲୋଚନା । ଆଗକୁ ପଢ଼ନ୍ତୁ,

ସମବାୟ ସପ୍ତାହ ପାଳନ
ସମବାୟ ସପ୍ତାହ ପାଳନ
author img

By ETV Bharat Odisha Team

Published : Nov 21, 2023, 4:37 PM IST

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ୭୦ତମ ନିଖିଲ ଭାରତୀୟ ସମବାୟ ସପ୍ତାହ ପାଳନ ହୋଇଯାଇଛି । ଚାଷୀଙ୍କ ଆର୍ଥକ ମେରୁଦଣ୍ଡକୁ ସଳଖିବାରେ ସମବାୟ ବ୍ୟାଙ୍କର ଭୂମିକାକୁ ଦର୍ଶାଇବା ଲକ୍ଷରେ ପାଳନ ହେଉଛି ସମବାୟ ସପ୍ତାହ । ଦାସ ଅଡିଟରିୟମ ଠାରେ ଜିଲ୍ଲା ସ୍ତରିୟ ସମବାୟ ମହୋତ୍ସବ ପାଳନ ହୋଇଥିଲା । ସମବାୟ ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଲୋକଙ୍କ ସହ ଆଲୋଚନା କରାଯାଇଥିଲା । ଶେଷରେ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା ।

୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ଅବସରରେ ସମବାୟ ବିଭାଗ ତରଫରୁ ସମବାୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ତରଫରୁ ନବ ଦାସ ଅଡିଟରିୟମଠାରେ ଜିଲ୍ଲା ସ୍ତରିୟ ସମବାୟ ମହୋତ୍ସବ ପାଳନ ହୋଇ ଯାଇଛି । ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ଅବସରରେ ପ୍ରଥମେ ପ୍ରଦୀପ ପ୍ରଜ୍ଵଳନ କରିବା ସହ ମା' ସମଲେଶ୍ୱରୀ ଏବଂ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ପୂଜାଚ୍ଚର୍ନା କରାଯାଇଥିଲା । ଏହାପରେ ଛାତ୍ରଛାତ୍ରିଙ୍କ ଦ୍ଵାରା ସମବାୟ ସଂଗୀତ ପରିବେଷଣ କରାଯାଇ ଥିଲା l ଏହାପରେ ଅଧ୍ୟାପକ ଶ୍ରୀ ଏସ କେ ରଥଙ୍କ ପରିଚାଲନାରେ ଅତିଥି ମାନେ ସମବାୟ ସପ୍ତାହ ପାଲନର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ନିଜ ନିଜର ବକ୍ତବ୍ୟ ରଖି ଥିଲେ l

ଏହା ମଧ୍ୟ ପଢ଼ନ୍ତୁ....କେନ୍ଦୁଝରରେ ୭୦ତମ ସର୍ବଭାରତୀୟ ସମବାୟ ସପ୍ତାହ ମହୋତ୍ସବ

ଏହାପରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦେଇ ଉତ୍ସାହିତ କରିଥିଲେ । ସମବାୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ସନ କରିଥିବା ସମିତି ଓ ବ୍ୟାଙ୍କ ଗୁଡିକୁ ତଥା ଉତ୍ତମ ସମବାୟବିତ୍‌ମାନଙ୍କୁ ଅତିଥି ମାନେ ମାନପତ୍ର ଦେଇ ସମ୍ମାନିତ କରିଥିଲେ l ନିବନ୍ଧକ ସମବାୟ ସମିତି ସମୂହ ସମ୍ବଳପୁର-୨ ବିଭାଜନ ଶ୍ରୀମତୀ ରଶ୍ମିଲତା ବେହେରା ସଭାପତିତ୍ଵ କରିଥିବା ବେଲେ, ଝାରସୁଗୁଡା ସର୍କଲ ସହ ଉପନିବନ୍ଧକ ମମତା ରାଣୀ କୁଜୁର ଉପସ୍ତିତ ସମସ୍ତ ସମବାୟ ସମିତିର ସଭ୍ୟ, ସଭ୍ୟା, ସଭାପତି, ସମ୍ପାଦକ, ବ୍ୟାଙ୍କମାନଙ୍କର ପ୍ରବନ୍ଧକ ସମସ୍ତ କର୍ମଚାରୀ ଏବଂ ଚାଷୀ ଭାଇ ଭଉଣୀ ଏଥିରେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରଧାନ (ସମ୍ବଲପୁର ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍‌ ବରଗଡ଼ର ପରିଚାଳନା ପରିଷଦର ସଭାପତି) ଯୋଗ ଦେଇଥିଲେ । ଜିଲ୍ଲା ଖାଉଟି ଅଦାଲତ ସଭାପତି ଡ.ରମାକାନ୍ତ ଶତପଥି ମୁଖ୍ୟ ବକ୍ତା ଥିବା ବେଳେ, ଶ୍ରୀଯୁକ୍ତ ଜୟ ପ୍ରକାଶ କୁଅଁର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏସଡ଼ିସିସି ବ୍ୟାଙ୍କ ନିର୍ଦ୍ଦେଶକ ହେମନ୍ତ ସାଗର କୁମୁରା, ହେମନ୍ତ ସାହୁ, ଏସଡ଼ିସିସି ସିଇଓ ଶ୍ରୀଯୁକ୍ତ ଅମୁଲ୍ୟାନନ୍ଦ ମହାନ୍ତି, ଜିଲ୍ଲା କୃଷି ଅଧିକାରି ଶ୍ରୀଯୁକ୍ତ ବଳଦେବ ମହାପାତ୍ର, କୁତାର୍ଥ ଆଚାର୍ଜ୍ୟ ସମବାୟ ପରିଚାଲନା କେନ୍ଦ୍ର ବରଗଡ ଅଧକ୍ଷ ଶ୍ରୀଯୁକ୍ତ ଧର୍ମେନ୍ଦ୍ର କୁମାର ସାବତ ଅଦି ଯୋଗଦେଇ ଥିଲେ l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.