ETV Bharat / state

ଚଳନ୍ତା ଟ୍ରେନରୁ ଡେଇଁ 2 ଯୁବତୀ ଗୁରୁତର

author img

By

Published : Dec 17, 2019, 4:29 AM IST

ଚଳନ୍ତା ଟ୍ରେନରୁ ଡେଇଁ ଦୁଇ ଜଣ ଯୁବତୀ ଗୁରୁତର । ସୋମବାର ଦିନ ପ୍ରାୟ 11ଟା 30 ସମୟରେ ଝାରସୁଗୁଡା ଜିଲ୍ଲା ବାଗଡିହି ଷ୍ଟେସନ ଦେଇ ଯାଉଥିବା ପୁରୀ-ନିଜାମୁଦ୍ଦିନ ଉତ୍କଳ ଏକ୍ସପ୍ରେସରୁ ଦୁଇ ଜଣ ଯୁବତୀ ପ୍ଲାଟଫର୍ମ ଆଡକୁ ଡେଇଁ ପଡିଥିଲେ । ଆଗକୁ ପଢନ୍ତୁ...

lady jumped from running train, jharsuguda latest news, lady injured after jumping from running train, ଝାରସୁଗୁଡା ଲାଟେଷ୍ଟ ନ୍ୟୁଜ୍‌, ଚଳନ୍ତା ଟ୍ରେନରୁ ଡେଇଁ ଯୁବତୀ ଗୁରୁତର, ଚଳନ୍ତା ଟ୍ରେନରୁ ଡେଇଁଲେ ଯୁବତୀ
ଚଳନ୍ତା ଟ୍ରେନରୁ ଡେଇଁ 2 ଯୁବତୀ ଗୁରୁତର

ଝାରସୁଗୁଡା: ଚଳନ୍ତା ଟ୍ରେନରୁ ଡେଇଁ ଦୁଇ ଜଣ ଯୁବତୀ ଗୁରୁତର । ସୋମବାର ଦିନ ପ୍ରାୟ 11ଟା 30 ସମୟରେ ଝାରସୁଗୁଡା ଜିଲ୍ଲା ବାଗଡିହି ଷ୍ଟେସନ ଦେଇ ଯାଉଥିବା ପୁରୀ-ନିଜାମୁଦ୍ଦିନ ଉତ୍କଳ ଏକ୍ସପ୍ରେସରୁ ଦୁଇ ଜଣ ଯୁବତୀ ପ୍ଲାଟଫର୍ମ ଆଡକୁ ଡେଇଁ ପଡିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଗୋଡ କଟିବା ସମ୍ଭାବନା ଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ସେ ଅଚେତ ହୋଇ ପଡିଥିଲେ ।

ତେବେ ଗୁରୁତର ଅବସ୍ଥାତରେ ଥିବା ଯୁବତୀ ଜଣଙ୍କ ଗେଲଝମ୍ପାର ଗାଁର ଧନମତୀ ମାଝୀ ହୋଇଥିବା ବେଳେ ଅନ୍ୟ ଜଣଙ୍କ ହେଉଛନ୍ତି ଜ୍ୟୋତ୍ସ୍ନା ନାଏକ । ଉଭୟ ଟ୍ରେନରେ ବାଗଡିହିସ୍ଥିତ ମହାକାଳ ମନ୍ଦିର ବୁଲିବାକୁ ଯାଉଥିଲେ । ହେଲେ ସେମାନେ କେଉଁ କାରଣରୁ ଚଳନ୍ତା ଟ୍ରେନରୁ ଡେଇଁଲେ ତାହା ଜଣା ପଡିନଥିବା ବେଳେ ଉତ୍କଳ ଏକ୍ସପ୍ରେସ ଟ୍ରେନ ବାଗଡିହି ପାର ହେବା ପରେ ଟ୍ରାକରେ ଯୁବତୀ ଦୁହେଁ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ ।

ଚଳନ୍ତା ଟ୍ରେନରୁ ଡେଇଁ 2 ଯୁବତୀ ଗୁରୁତର

ଏନେଇ ଖବର ପାଇ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଓ ରେଳ ବିଭାଗର କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ବାଗଡିହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଯୁବତୀ ଦୁହେଁ ସଜ୍ଞାହୀନ ଅବସ୍ଥାରେ ଥିବାରୁ ସେମାନଙ୍କୁ ବୁର୍ଲା ବଡ ଡକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଯୁବତୀଙ୍କ ମୋବାଇଲରୁ ସେମାନଙ୍କ ପରିବାରଙ୍କ ସହ ସଂପର୍କ କରାଯାଇଥିବା ସହ ସେମାନଙ୍କୁ ଚିହ୍ନଟ କରିଛି ରେଳ ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ଏହି ଘଟଣା କାହିଁକି ଘଟିଲା ତାହା ଜଣାପଡିନାହିଁ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:

SUJATA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.