ETV Bharat / state

ସେଲ୍ଫି ହେଲା କାଳ, ଅସାବଧାନତା ଯୋଗୁଁ ଚାଲିଗଲା 2 ଜୀବନ

ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଅନ୍ତର୍ଗତ କାଂଶବାହାଲ ଡ୍ୟାମରେ ସେଲଫି ନେବା ବେଳେ, ଖସି ପଡି 2 ଯୁବକ ମୃତ । ଅଧିକ ପଢନ୍ତୁ...

author img

By

Published : Jun 7, 2021, 10:28 PM IST

ସେଲ୍ଫି ହେଲା କାଳ, ଅସାବଧାନତା ଯୋଗୁଁ ଚାଲିଗଲା 2 ଜୀବନ
ସେଲ୍ଫି ହେଲା କାଳ, ଅସାବଧାନତା ଯୋଗୁଁ ଚାଲିଗଲା 2 ଜୀବନସେଲ୍ଫି ହେଲା କାଳ, ଅସାବଧାନତା ଯୋଗୁଁ ଚାଲିଗଲା 2 ଜୀବନ

ସୁନ୍ଦରଗଡ: ଜିଲ୍ଲାର ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଅନ୍ତର୍ଗତ କାଂଶବାହାଲ ଡ୍ୟାମରେ ଗତକାଲି(ରବିବାର) ସନ୍ଧ୍ୟାରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା । ରାଉରକେଲା ଅଞ୍ଚଳର ୫ ଜଣ ସାଙ୍ଗ କାଂଶବାହାଲ ଡ୍ୟାମ ବୁଲିବା ପାଇଁ ଆସିଥିଲେ । ଡ୍ୟାମର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ସେଲ୍ଫି ନେଉଥିଲେ ଯୁବକ ।

ସେଲ୍ଫି ହେଲା କାଳ, ଅସାବଧାନତା ଯୋଗୁଁ ଚାଲିଗଲା 2 ଜୀବନ

ସେଲ୍ଫି ନେବା ସମୟରେ ଅସାବଧାନତା ଯୋଗୁଁ ଗଭୀର ପାଣି ଭିତରକୁ ଖସି ପଡ଼ିଥିଲେ । ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ଦୁଇ ଜଣକୁ ଉଦ୍ଧାର କରିଥିଲେ । ଜଣକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାପାଇଁ ରାଉରକେଲା ନେବାବେଳେ ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଉଭୟ ମୃତକ ହେଲେ ଉଦିତ ନଗରର ବାସିନ୍ଦା ପ୍ରମୋଦ ପରିଡା ଓ ଡିଏଭି ଗଳିର ବାସିନ୍ଦା ସୁମନ୍ତ ଦେ । ଏହି ସମୟରେ ଅନ୍ୟ 3 ବନ୍ଧୁଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିଲେ ମଧ୍ୟ କେହି ସାହାସ ଜୁଟାଇ ପାଣି ମଧ୍ୟରେ ପଶି ପାରିନଥିଲେ ବୋଲି ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.