ETV Bharat / state

ଅଢେଇ ବର୍ଷରେ ବିରାଟ ସଫଳତା: ଚଟାପଟ ପ୍ରଶ୍ନର ଉତ୍ତର ଦେଇ ହାତେଇଲେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍ସ

author img

By

Published : Jan 27, 2022, 5:21 PM IST

ମା'ର ଗର୍ଭ ଭିତରେ ଶିଶୁ ଶିକ୍ଷା ଗ୍ରହଣ କରିବା କଥା ଆପଣ ପୁରାଣରେ ଶୁଣିଥିବେ । ହେଲେ ଝାରସୁଗୁଡାର ଏହି କୁନି ଶିଶୁ ଅର୍ପିତଙ୍କ ନିକଟରେ ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ସେ ବିଭିନ୍ନ ପ୍ରକାର ରଙ୍ଗ ହେଉ କି ପନିପରିବାର ନାଁ । ପଚାରିବା ମାତ୍ରେ ଅନର୍ଗଳ କହୁଛି ଏହି କୁନି କୌଟିଲ୍ୟ । ଏହି ପ୍ରତିଭା ପାଇଁ ସେ ହାତେଇଛନ୍ତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସ । ଦେଖନ୍ତୁ ଏହି ରିପୋର୍ଟ

ଶିଶୁର ଅନନ୍ୟ କୃତି, ଅଢେଇ ବର୍ଷରେ ହାତେଇଲେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍ସ

ଝାରସୁଗୁଡ଼ା: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । କୌଣସି କାର୍ଯ୍ୟ ପ୍ରତି ଇଚ୍ଛା ଥିଲେ ଅସାଧ୍ୟ ବି ସାଧ୍ୟ ହୋଇପାରେ । ଏହି କଥାକୁ ସଠିକ ପ୍ରମାଣିତ କରିଛି ଝାରସୁଗୁଡ଼ାର ଅଢେଇ ବର୍ଷର ଶିଶୁ ଅର୍ପିତ ସାହୁ । ସେ ଖାଦ୍ୟ ଓ ମସଲା ଜାତୀୟ ଦ୍ରବ୍ୟର ନାମ, ଶରୀରର ଅଙ୍ଗ, ପଶୁପକ୍ଷୀ, ଫଳ, ଇଂରାଜୀ ଅକ୍ଷର, ବାର ଓ ମାସଗୁଡ଼ିକର ନାମ କହି ହାତେଇଛି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସ । କୁନି ଶିଶୁର ଏହି ସଫଳତା ପରେ ଜିଲ୍ଲାବାସୀ ବେଶ ଗର୍ବ ଅନୁଭବ କରିଥିବାବେଳେ ତା'ର ଉଚ୍ଚ ଭବିଷ୍ୟ କାମନା କରିଛନ୍ତି ।

ଏତେ କମ ବୟସରୁ ଏହି କୁନି ଶିଶୁଟି 16 ଟି ଯାନବାହନର ନାମ, 6ଟି ଖାଦ୍ୟ ତଥା ମସଲା ଜାତୀୟ ଦ୍ରବ୍ୟର ନାମ, 8 ଟି କସମେଟିକ୍ସର ନାମ, 5 ଟି ଆକାରର ନାମ, 25ଟି ଅଙ୍ଗ ଗୁଡ଼ିକର ନାମ, 15ଟି ପଶୁପକ୍ଷୀଙ୍କ ନାମ, 11ଟି ରଙ୍ଗର ନାମ, 20ଟି ଫଳର ନାମ, 11ଟି ପନିପରିବାର ନାମ, 5 ଟି ଇଂରାଜୀ କବିତା, ଇଂରାଜୀ ଅକ୍ଷର, ବାର ଗୁଡିକର ନାମ, ବାର ମାସର ନାମ ସହିତ 1ରୁ 20 ପର୍ଯ୍ୟନ୍ତ ଗଣନା ମଧ୍ୟ କରିପାରୁଛି ।

କୁନି ଶିଶୁର ଏହି କୃତି ଯୋଗୁଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇପାରିଛି । ଏହି ଖବର ପାଇବା ପରେ ସମଗ୍ର ଝାରସୁଗୁଡ଼ାରେ ଖୁସିର ଲହରୀ ଖେଳିଯାଇଛି । ଗୋଟିଏ ଶିଶୁ ମାଆର ଗର୍ଭ ଭିତରେ ଥିବା ସମୟରୁ ଶିକ୍ଷା ଗ୍ରହଣ କରିବା କଥା ପୂରାଣରେ ମଧ୍ୟ ବର୍ଣ୍ଣିତ ହୋଇଛି । ସେପଟେ ଶିଶୁର ଶୈଶବ ଶିକ୍ଷାରେ ମାଆର ବଡ଼ ଭୂମିକା ରହିଥାଏ । ଗୋଟିଏ ପଟେ କହିବାକୁ ଗଲେ ଶିଶୁର ଭବିଷ୍ୟତ ମଧ୍ୟ ମାଆ ହାତରେ ରହିଥାଏ ।

ଶୈଶବ ଅବସ୍ଥାରେ ଶିଶୁର ପ୍ରାରମ୍ଭିକ ଶିକ୍ଷା ଓ ବୌଧିକ ବିକାଶର ଦାୟିତ୍ବ ଅର୍ପିତଙ୍କ ମାଆ ନେଇଛନ୍ତି । ତେବେ ଅର୍ପିତଙ୍କ ମାଆ ପେଶାରେ ଜଣେ ଶିକ୍ଷୟିତ୍ରୀ । ଏତେ ଅଳ୍ପ ବୟସରେ ନିଜ ପୁଅର ପାଠପଢ଼ା ପ୍ରତି ଆଗ୍ରହ ଦେଖି, ଅନ୍ୟ ପିଲାମାନଙ୍କୁ ଶିକ୍ଷାଦାନ କରିବା ସହ ତାଙ୍କ ଘରେ ଅର୍ପିତଙ୍କୁ ମଧ୍ୟ ଶିକ୍ଷା ଦାନ କରନ୍ତି । ବଡ଼ ଭଉଣୀର ପାଠ ପଢ଼ା ଦେଖି ଅର୍ପିତ ତାଙ୍କୁ ଅନୁକରଣ କରିଥାନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.