ETV Bharat / state

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, 12 ଘଣ୍ଟିଆ ପଶ୍ଚିମଓଡିଶା ବନ୍ଦ - 12 hour bandh

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସକାଳୁ ଆରମ୍ଭ ହୋଇଛି 12 ଘଣ୍ଟିଆ ପଶ୍ଚିମଓଡିଶା ବନ୍ଦ । ପଶ୍ଚିମଓଡିଶା ଓକିଲ ସମୂହର ନିଷ୍ପତ୍ତି ପରେ ଏହି ବନ୍ଦ କରାଯାଇଛି ।

12 hour bandh
ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, 12 ଘଣ୍ଟିଆ ପଶ୍ଚିମଓଡିଶା ବନ୍ଦ
author img

By

Published : Feb 5, 2020, 2:43 PM IST

Updated : Feb 5, 2020, 3:27 PM IST

ଝାରସୁଗୁଡା: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସକାଳୁ ଆରମ୍ଭ ହୋଇଛି 12 ଘଣ୍ଟିଆ ପଶ୍ଚିମଓଡିଶା ବନ୍ଦ । ପଶ୍ଚିମଓଡିଶା ଓକିଲ ସମୂହର ନିଷ୍ପତ୍ତି ପରେ ଏହି ବନ୍ଦ କରାଯାଇଛି ।

ଦୁଇ ସପ୍ତାହ ତଳେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଓକିଲମାନେ ଆନ୍ଦୋଳନ ନ କରିବା ସମ୍ପର୍କରେ ମତ ଦେବା ପରେ ବାର କାଉନ୍ସିଲ ଆନ୍ଦୋଳନରେ ରହୁଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିଥିଲେ। ଏଭଳି ସୁପାରିଶ କରାଯିବା ପରେ ପଶ୍ଚିମ ଓଡିଶାର ସମସ୍ତ ଓକିଲ ସଂଘ ପ୍ରତିକ୍ରିୟାଶୀଳ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, 12 ଘଣ୍ଟିଆ ପଶ୍ଚିମଓଡିଶା ବନ୍ଦ

ତେବେ ଏହି ବନ୍ଦକୁ ସଫଳ କରିବାକୁ ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ, ବନହରପାଲି, କୋଲାବିରା, ଲଇକେରା, କିର୍ମିରା, ଲଖନପୁର ପ୍ରଭୃତି ଅଞ୍ଚଳରେ ପିକେଟିଂ କରାଯାଉଛି। ସକାଳୁ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବାବେଳେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଛି।

ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ସକାଳ 10 ଟା ପରେ ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟକୁ ପିକେଟିଂ କରି ବନ୍ଦ କରିଛନ୍ତି ଆନ୍ଦୋଳନକାରୀ। ତେବେ ଆଇନଜୀବୀଙ୍କ ଆନ୍ଦୋଳନକୁ ସବୁ ରାଜନୈତିକ ଦଳ, ବିଭିନ୍ନ ଗଣ ସଂଗଠନ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ପଶ୍ଚିମଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଆଜି ସକାଳୁ ଆରମ୍ଭ ହୋଇଛି 12 ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦ ।ଡାକରା ଦେଇଛି ସିଏସି।ପଶ୍ଚିମ ଓଡିଶା ଓକିଲ ସମୁହ ର ନିଷ୍ପତ୍ତି ପରେ ଦିନିକିଆ ଧର୍ମଘଟ ଆହ୍ୱାନ କରାଯାଇଛି।ଦୁଇ ସପ୍ତାହ ତଳେ ସୁପ୍ରିମକୋର୍ଟ ଙ୍କ ପକ୍ଷରୁ ଓକିଲ ମାନେ ଆନ୍ଦୋଳନ ନ କରିବା ସମ୍ପର୍କରେ ମତ ଦେବା ପରେ ବାର କାଉନ୍ସିଲ ଆନ୍ଦୋଳନରେ ରହୁଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିଥିଲେ।ଏଭଳି ସୁପାରିଶ କରାଯିବା ପରେ ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ପ୍ରତିକ୍ରିୟାଶୀଳ ହୋଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ପଶ୍ଚିମ ଓଡିଶା ବନ୍ଦ ସଫଳ କରିବାକୁ ପକ୍ଷରୁ ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ, ବନହରପାଲି,କୋଲାବିରା, ଲଇକେରା,କିର୍ମିରା, ଲଖନପୁର ପ୍ରଭୃତି ଅଞ୍ଚଳରେ ପିକେଟିଂ କରାଯାଉଛି।ଆଜି ସକାଳୁ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଛି।ସମସ୍ତ ସ୍କୁଲ, କଲେଜ ବାବଦ ରହିଥିବା ବେଳେ ସକାକ 10 ଟା ପରେ ସମସ୍ତ ସରକାରୀ ଅଫିସବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ କୁ ପିକେଟିଂ କରି ବନ୍ଦ କରିଛନ୍ତି ଆନ୍ଦୋଳନ କାରୀ।ଆଇନଜୀବୀ ଙ୍କ ଆନ୍ଦୋଳନ କୁ ସବୁ ରାଜନୈତିକ ଦଳ, ବିଭିନ୍ନ ଗଣ ସଂଗଠନ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।Body:।।Conclusion:
Last Updated : Feb 5, 2020, 3:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.