ETV Bharat / state

ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୦ ଉଦ୍‌ଘାଟିତ: କୃତୀ ପ୍ରତିଭା ଯଯାତି ସମ୍ମାନରେ ସମ୍ମାନୀତ

ଯାଜପୁର ମହୋତ୍ସବକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଉଦ୍‌ଘାଟନ କରିଥିବାବେଳେ ପଲ୍ଲିଶ୍ରୀ ମେଳାକୁ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ...

ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୦ ଉଦ୍‌ଘାଟିତ
ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୦ ଉଦ୍‌ଘାଟିତ
author img

By

Published : Jan 16, 2020, 2:31 PM IST

ଯାଜପୁର: ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଛି ଅଷ୍ଟମ ଜିଲ୍ଲା ମହୋତ୍ସବ ଯଯାତି ଏବଂ ପଲ୍ଲିଶ୍ରୀ ମେଳା । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ସ୍ଥାନ ପାଇଛି ଜିଲାର କଳା, ସଂସ୍କୃତିର ଝଲକ ।

ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୦ ଉଦ୍‌ଘାଟିତ

ଜିଲ୍ଲା ମହୋତ୍ସବକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଉଦ୍‌ଘାଟନ କରିଥିବାବେଳେ ପଲ୍ଲିଶ୍ରୀ ମେଳାକୁ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ବାରା ତିଆରି ଜିନିଷ ସ୍ଥାନ ପାଇଥିବାବେଳେ ଜିଲ୍ଲା ପାଇଁ ପରିଚିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ମହୋତ୍ସବର ଉଦଘାଟନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଅମର ଶତପଥି, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, କୋରେଇ ବିଧାୟକ ଅଶୋକ ବଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ଜିଲାର କଳା ଓ ସଂସ୍କୃତି ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ ।

ଚଳିତବର୍ଷ ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଆସନ୍ତା 5 ଦିନ ଧରି ଚାଲିବ। ଅତିଥି ପଲ୍ଲିଶ୍ରୀ ମେଳାରେ ଲାଗିଥିବା ବିଭିନ୍ନ ଷ୍ଟଲକୁ ବୁଲି ଦେଖିଥିଲେ। ପ୍ରତିଦିନ ସଂଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନି ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ନିକଟରେ ଆଇଟିବିପିର ଆଇଜି ଭାବେ ନିଯୁକ୍ତି ପାଇଥିବା ବଡଚଣା ଅଞ୍ଚଳର ସୁଧାଂଶୁ ଶେଖର ମିଶ୍ର ଏବଂ ଯାଜପୁରରେ ରହି ସ୍ବାଧିନତା ସଂଗ୍ରାମ ଆନ୍ଦୋଳନରେ ମୁଖ୍ୟ ଭୂମିକା ନିଭାଇଥିବା ରମାଦେବୀଙ୍କ ଆଶ୍ରମକୁ ଯଯାତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଭଳି ସମ୍ମାନ ପାଇବା ପରେ ବେଶ ଖୁସିବ୍ୟକ୍ତ କରିଥିଲେ ସମ୍ବର୍ଦ୍ଧିତ ପ୍ରତିଭା ।

ଏହି ମହୋତ୍ସବକୁ ଉପଭୋଗ କରିବା ସହିତ ପଲ୍ଲିଶ୍ରୀ ମେଳାରୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବା ପାଇଁ ଦର୍ଶକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ZILLA MAHOTSAV

ଆଙ୍କର
ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଛି ୮ମ ଜିଲା ମହୋତ୍ସବ ଯଯାତି ଏବଂ ପଲ୍ିଶ୍ରୀ ମେଳା । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ସ୍ଥାନ ପାଇଛି ଜିଲାର କଳା,ସଂସ୍କୃତି ର ଝଲକ । ଜିଲା ମହୋତ୍ସବକୁ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଉଦଘାଟନ କରିଥିବା ବେଳେ ପଲ୍ଲିଶ୍ରୀ ମେଳାକୁ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ତିଆରି ଜିନିଷ ସ୍ଥାନ ପାଇଥିବା ବେଳେ ଜିଲା ପାଇଁ ପରିଚିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Body:ଭିଓ୧
ଉଦଘାଟିତ ହୋଇଛି ଯାଜପୁର ଜିଲା ମହୋତ୍ସବ ଯଯାତି ୨୦୨୦ ଏବଂ ପଲ୍ଲିଶ୍ରୀ ମେଳା । ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ଏହି ମହୋତ୍ସବକୁ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେହିପରି ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳାକୁ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉଦଘାଟନ କରିଥିଲେ । ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ମହୋତ୍ସବର ଉଦଘାଟନି ଉତ୍ସବରେ ପୂର୍ବତନ ମନ୍ତ୍ରୀ ଅମର ଶତପଥି,ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ,କୋରେଇ ବିଧାୟକ ଅଶୋକ ବଳ,ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ଜିଲାର କଳା ଓ ସଂସ୍କୃତି ଆଜି ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ ।
bite-1-:ସର୍ମିଷ୍ଠା ସେଠୀ,ଯାଜପୁର ସାଂସଦ
bite-2- :ଅମର ପ୍ରସାଦ ଶତପଥି,ପୂର୍ବତନ ମନ୍ତ୍ରୀ
ଭିଓ୨
ଚଳିତ ବର୍ଷ ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଆସନ୍ତା ୫ ଦିନ ଧରି ଚାଲିବ । ଅତିଥି ମାନେ ପଲ୍ଲିଶ୍ରୀ ମେଳାରେ ଲାଗିଥିବା ବିଭିନ୍ନ ଷ୍ଟଲକୁ ବୁଲି ଦେଖିଥିଲେ । ପ୍ରତିଦିନ ସଂଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନି ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ନିକଟରେ ଆଇଟିବିପିର ଆଇ ଜି ଭାବେ ନିଯୁକ୍ତି ପାଇଥିବା ବଡଚଣା ଅଂଚଳର ସୁଧାଂଶୁ ଶେଖର ମିଶ୍ର ଏବଂ ଯାଜପୁରରେ ରହି ସ୍ୱାଧିନତା ସଂଗ୍ରା ଆନ୍ଦୋଳନରେ ମୁଖ୍ୟ ଭୂମିକା ନିଭାଇଥିବା ରମାଦେବୀ ଙ୍କ ଆଶ୍ରମକୁ ଯଯାତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଭଳି ସମ୍ମାନ ପାଇବା ପରେ ବେଶ ଖୁସିବ୍ୟକ୍ତ କରିଥିଲେ ସମ୍ବର୍ଦ୍ଧିତ ପ୍ରତିଭା ।
bite-3-ସୁଧାଂଶୁ ଶେଖର ମିଶ୍ର,ସମ୍ବର୍ଦ୍ଧିତ ପ୍ରତିଭା
bite-4 :jyoti samal
bite-5- :ରଂଜନ କୁମାର ଦାସ,ଯାଜପୁର ଜିଲାପାଳ
Conclusion:ପାଂଭିଓ
ଏହି ମହୋତ୍ସବ କୁ ଉପଭୋଗ କରିବା ସହିତ ପଲ୍ଲିଶ୍ରୀ ମେଳା ରୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବା ପାଇଁ ଦର୍ଶକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.