ETV Bharat / state

ବାଲ୍ୟ ବିବାହ ନେଇ ଯାଜପୁରରେ 2 ଦିନିଆ କର୍ମଶାଳା - ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବାଲ୍ୟ ବିବାହ ନିଷେଧ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 2 ଦିନ ଧରି ଚାଲିବ ଏହି କର୍ମଶାଳା। ବର୍ଦ୍ଧିତ ବାଲ୍ୟ ବିବାହ ରୋକିବାକୁ ଏହା ଏକ ପ୍ରୟାସ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର
author img

By

Published : Jul 25, 2019, 8:13 PM IST

ଯାଜପୁର: ଦିନକୁ ଦିନ ବଢୁଥିବା ବାଲ୍ୟ ବିବାହ ରୋକିବାକୁ ଆରମ୍ଭ ହୋଇଛି ପ୍ରୟାସ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ଅନୁସାରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଜଳଛାୟା ପ୍ରକଳ୍ପ ସମ୍ମିଳନୀ ଗୃହରେ ଏହି କର୍ମଶାଳା ଆୟୋଜିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ବାଲ୍ୟ ବିବାହ ଦ୍ୱାରା ସାମାଜିକ ଅବକ୍ଷୟ ହେଉଥିବା କହିଥିଲେ । ଯଥାଶୀଘ୍ର ଏହାର ବିଲୋପ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମଞ୍ଜୁଳା ରଥ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ବାଲ୍ୟ ବିବାହର ପରିଣାମ, ସାମାଜିକ ସ୍ଥିତି ଓ ବିଲୋପ ସମ୍ପର୍କରେ ଆଲୋକପାତ କରିଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ପାର୍ଥ ସାରଥୀ ମିଶ୍ର ବାଲ୍ୟ ବିବାହ ଦ୍ୱାରା ସଙ୍ଗଠିତ ବିବିଧ ସାମାଜିକ ଅବ୍ୟବସ୍ଥା ଆଦି ବିଷୟରେ ବିଶଦ ତଥ୍ୟ ଊପସ୍ଥାପନ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ସି.ଡି.ପି.ଓ, ସୁପରଭାଇଜର ଓ ବିଭିନ୍ନ ଥାନାର ପୋଲିସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Sulg –child marriage
Format – Avo
Report – Gyana ranjan ojha
Place – jajpur
Date-25.07.2019
ଆଙ୍କର
ଯାଜପୁର ଜଳଚ୍ଥାୟା ପ୍ରକଳ୍ପ ସମ୍ମିଳନୀ ଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ସଂପର୍କରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ବାଲ୍ୟ ବିବାହ ଦ୍ୱାରା ସାମାଜିକ ଅବକ୍ଷୟ, ହେଉଥିବାରୁ ଏହାର ବିଲୋପ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଅବସରରେ ଜିଲ୍ଳ୍ା ସମାଜ କଲ୍ୟାଣ ଅଧିକାରୀ ମଞ୍ଜୁଳା ରଥ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରୀତା ବେହେରା ବାଲ୍ୟ ବିବାହର କୁ ପରିଣାମ, ସାମାଜିକ ସ୍ଥିତି ଓ ତାହାର ବିଲୋପ ସଂପର୍କରେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ପାର୍ଥ ସାରଥୀ ମିଶ୍ର ବାଲ୍ୟ ବିବାହ ଦ୍ୱାରା ସଂଗଠିତ ବିବିଧ ସାମାଜିକ ଅବ୍ୟବସ୍ଥା, ମା ଓ ଶିଶୁର ଜୀବନ ପ୍ରତି ବିପଦ, ନା ବାଳିକାର ଶାରିରୀକ ମାନସିକ ସ୍ଥିତି ଇତ୍ୟାଦି ସଂପର୍କରେ ବିଷଦ ତଥ୍ୟ ଊପସ୍ଥାପନ କରିଥିଲେ । ଏଥିରେ ଜିଲାର ସମସ୍ତ ସି.ଡି.ପି.ଓ., ସୁପରଭାଇଜର ଓ ବିଭିନ୍ନ ଥାନାର ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ ।
Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.