ETV Bharat / state

ବ୍ଳକ ନିର୍ବାହୀ ଅଧିକାରୀଙ୍କୁ ନ୍ୟାୟ ଦାବିରେ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ବ୍ଲକ ଅଫିସ ଘେରାଉ କଲେ କର୍ମଚାରୀ । ଅଧିକ ପଢନ୍ତୁ...

ବ୍ଳକ ନିର୍ବାହୀ ଅଧିକାରୀଙ୍କୁ ନ୍ୟାୟ ଦାବିରେ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ
ବ୍ଳକ ନିର୍ବାହୀ ଅଧିକାରୀଙ୍କୁ ନ୍ୟାୟ ଦାବିରେ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ
author img

By

Published : Aug 11, 2021, 7:36 AM IST

ଯାଜପୁର: ଦାନଗଦି ବ୍ଲକ ଚାନ୍ଦିଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ରଜନୀ କାନ୍ତ ସେଠିଙ୍କୁ ଦୁଇ ଦୁଇ ଥର ଆକ୍ରମଣ କରିବା ସହିତ ଜାତିଆଣକୁ ନେଇ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିଥିଲେ ଚାନ୍ଦିଆ ପଞ୍ଚାୟତ ଗୋଲା ଗାଁର ମାଧବାନନ୍ଦ ବେହେରା । ଏହି ଘଟଣା ସମ୍ପର୍କରେ ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ମାନେ ବିଡ଼ିଓଙ୍କୁ ଜଣାଇଥିଲେ । ତେବେ ବିଡ଼ିଓ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଦୋଷୀ ଆଜକୁ ମାସେ ହେବ ସ୍ବାଧିନ ଭାବେ ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ନିର୍ବାହୀ ଅଧିକାରୀ ମାନେ ।

ବ୍ଳକ ନିର୍ବାହୀ ଅଧିକାରୀଙ୍କୁ ନ୍ୟାୟ ଦାବିରେ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି 5Tର ନାରା ଦେଉଥିବା ସରକାରୀ କର୍ମଚାରୀ ମାନେ ଏଠି ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ବେଳେ ସାଧାରଣ ଲୋକେ କେତେ ସୁରକ୍ଷିତ । ସେଥିପାଇଁ ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ମାନେ ବ୍ଲକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ କଲମ ଛାଡ଼ ଆନ୍ଦୋଳନରେ ବସି ରହିଛନ୍ତି । ଯେ ପର୍ଯ୍ୟନ୍ତ ଦୋଷୀକୁ ଗିରଫ କରା ନ ଯାଇଛି ସେମାନେ ଆନ୍ଦୋଳନରେ ବସି ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.