ETV Bharat / state

କଳିଙ୍ଗନଗର ଭିସାଷ୍ଟିଲରେ ଶ୍ରମିକ ଅଶାନ୍ତି - Workers strike at Visastil factory in Kalinganagar industrial area

ସ୍ଥାନୀୟ ଯଖପୁରା ଅଞ୍ଚଳର ଅଶ୍ବିନୀ କୁମାର ଧଳ ନାମକ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି କାରଖାନା ନାମରେ ବାରମ୍ବାର ବିଭିନ୍ନ ଅଭିଯୋଗ କରୁଛନ୍ତି । ପ୍ରଦୂଷଣ ବିଭାଗ ଠାରୁ ଆରମ୍ଭ କରି ଗ୍ରୀନ ଟ୍ରିବ୍ୟୁନାଲରେ ବାରମ୍ବାର ଅଭିଯୋଗ କରିଛନ୍ତି ।

Kalinganagar industrial area
ଭିସାଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି
author img

By

Published : Jun 19, 2020, 7:22 PM IST

Updated : Jun 19, 2020, 7:40 PM IST

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଭିସାଷ୍ଟିଲ କାରଖାନାରେ ଦେଖା ଦେଇଛି ଶ୍ରମିକ ଅଶାନ୍ତି । ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି କମ୍ପାନୀ ନାମରେ ବିଭିନ୍ନ ସମୟରେ ଆକ୍ରୋଶ ମୂଳକ ଭାବେ ଅଭିଯୋଗ କରିବା ଯୋଗୁଁ କାରଖାନା ବନ୍ଦ ହୋଇଯିବାର ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଶ ଦେଖାଯାଇଛି ।

ଭିସାଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି

ପ୍ରଦୂଷଣକୁ ଆଳ କରି ସ୍ଥାନୀୟ ଯଖପୁରା ଅଞ୍ଚଳର ଅଶ୍ବିନୀ କୁମାର ଧଳ ନାମକ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି କାରଖାନା ନାମରେ ବାରମ୍ବାର ବିଭିନ୍ନ ଅଭିଯୋଗ କରୁଛନ୍ତି । ପ୍ରଦୂଷଣ ବିଭାଗ ଠାରୁ ଆରମ୍ଭ କରି ଗ୍ରୀନ ଟ୍ରିବ୍ୟୁନାଲରେ ବାରମ୍ବାର ଅଭିଯୋଗ କରିଛନ୍ତି ।

ଏହାଯୋଗୁଁ ଏଠାରେ କାର୍ଯ୍ୟରତ 4ହଜାରରୁ ଉର୍ଦ୍ଧ ଶ୍ରମିକ କର୍ମଚାରୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ଶ୍ରମିକ ସଂଗଠନର ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ଏହି ବ୍ୟକ୍ତି ଜଣକ ପୂର୍ବରୁ ଶ୍ରମିକ ସଂଗଠନର ନେତୃତ୍ବ ନେଉଥିଲେ । ଏହାର ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ଶ୍ରମିକ ସଂଗଠନର ସଦସ୍ୟ ଓ କାରଖାନାର ଶ୍ରମିକ କର୍ମଚାରୀ ।

ଏନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ନଚେତ୍ ଆଗାମୀ ଦିନରେ କାରଖାନା ବନ୍ଦ ହେବା ଭଳି ପରିସ୍ଥିତି ହେଲେ, ଶ୍ରମିକମାନେ ନିଜ ପରିବାର ସଦସ୍ୟଙ୍କ ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jun 19, 2020, 7:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.