ETV Bharat / state

ବକେୟା ଦରମା ଦାବିରେ ଶ୍ରମିକଙ୍କ ଧାରଣା

author img

By

Published : Oct 1, 2021, 8:12 PM IST

କଳିଙ୍ଗନଗର ସ୍ଥିତ ସାଗର ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । ୩ ମାସର ବକେୟା ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ । ଅଧିକ ପଢ଼ନ୍ତୁ...

ବକେୟା ଦରମା ଦାବିରେ ସିମେଣ୍ଟ କାରଖାନା ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଯାଜପୁର: କଳିଙ୍ଗନଗର ସ୍ଥିତ ସାଗର ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । ୩ ମାସର ବକେୟା ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ । ଏହାକୁ ନେଇ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଶତାଧିକ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ । ଯଥାଶୀଘ୍ର ବକେୟା ଦରମା ଦେବାକୁ କାରଖାନାର ପଦାଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣାକୁ ପ୍ରତ୍ୟାହୃତ କରିଛନ୍ତି ଶ୍ରମିକ ।

କାରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ବକେୟା ଦରମା ଦାବି କଲେ 'ଠିକା ସଂସ୍ଥାଠାରୁ ଦରମା ନେଇଯାଅ' ବୋଲି କାରଖାନା କର୍ତ୍ତୃପକ୍ଷ କହୁଛନ୍ତି । RPD ନାମକ ଠିକା ସଂସ୍ଥା ଅଧୀନରେ ସାଗର ସିମେଣ୍ଟ କାରଖାନାରେ କାର୍ଯ୍ୟ କରୁଥିବା ୫୦୦ରୁ ଅଧିକ ଶ୍ରମିକ ଗତ ଦୁଇ ମାସର ଦରମା ପାଇନଥିବା ଅଭିଯୋଗ ହୋଇଛି । ଏହାସହ ଆଜି(ଶୁକ୍ରବାର) ଶ୍ରମିକମାନେ କାର୍ଯ୍ୟ କରିବାକୁ କାରଖାନାକୁ ଯିବାବେଳେ ସେମାନଙ୍କୁ କାରଖାନା ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା ।

ବିନା କୌଣସି ସୂଚନାରେ ଶ୍ରମିକମାନଙ୍କୁ ଛଟେଇ କରାଯାଇଥିବା ସେମାନେ ଜାଣିବାକୁ ପାଇଥିଲେ । ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ କାରଖାନା କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ତେବେ ଶେଷରେ କାରଖାନାର ଜଣେ ଉଚ୍ଚ ପଦାଧିକାରୀ ଆସି ଧାରଣରତ ଶ୍ରମିକଙ୍କ ଆଲୋଚନା କରିଥିଲେ । ସେମାନଙ୍କୁ ବକେୟା ଦରମା ଦିଆଯିବା ସହ ଶ୍ରମିକଙ୍କୁ ଛଟେଇ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଥିଲେ ଅଶାନ୍ତ ଶ୍ରମିକ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.