ETV Bharat / state

ସହରକୁ ସ୍ବଚ୍ଛ କରୁଛି ବ୍ୟାଟେରୀ ଚାଳିତ ଗାଡ଼ି - ବ୍ୟାସନଗର ବ୍ୟାଟେରୀ ଚାଳିତ ଗାଡ଼ି

ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦରେ ସହରରୁ ଆବର୍ଜନା ସଂଗ୍ରହ ପାଇଁ ନିୟୋଜିତ ହୋଇଛି ବ୍ୟାଟେରୀ ଚାଳିତ ଗାଡ଼ି । ଅଧିକ ପଢନ୍ତୁ...

ସହରକୁ ସ୍ବଚ୍ଛ କରୁଛି ବ୍ୟାଟେରୀ ଚାଳିତ ଗାଡ଼ି
ସହରକୁ ସ୍ବଚ୍ଛ କରୁଛି ବ୍ୟାଟେରୀ ଚାଳିତ ଗାଡ଼ି
author img

By

Published : Nov 21, 2020, 10:51 PM IST

ଯାଜପୁର: ସହରରୁ ଆବର୍ଜନା ସଂଗ୍ରହ ପାଇଁ ନିୟୋଜିତ ହୋଇଛି ବ୍ୟାଟେରୀ ଚାଳିତ ଗାଡ଼ି । ଆଉ ଏହାକୁ ଚଳାଉଛନ୍ତି ମହିଳା । ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏଥିରେ ନିଯୁକ୍ତି ଦିଆଯାଇଛି । ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ପୌରପରିଷଦର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସହରବାସୀ ।

ସହରକୁ ସ୍ବଚ୍ଛ କରୁଛି ବ୍ୟାଟେରୀ ଚାଳିତ ଗାଡ଼ି

ପ୍ରଥମ କରି ସହରରେ ଅଳିଆ ଆବର୍ଜନା ଉଠାଇବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ମାନଙ୍କୁ ଚୟନ କରାଯାଇ ପ୍ରଥମେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷଣ ସରିବା ପରେ ସେମାନଙ୍କୁ ଏଥିରେ ନିଯୁକ୍ତି ଦିଆଯାଇଛି । ପ୍ରତିଦିନ ସକାଳୁ ପ୍ରଶିକ୍ଷିତ ମହିଳାମାନେ ବ୍ୟାଟେରୀ ଚାଳିତ ସଫେଇ ଗାଡ଼ି ନେଇ ବିଭିନ୍ନ ୱାର୍ଡ଼କୁ ଯାଇ ଘର ଘର ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ।

ପୌର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସହରବାସୀ । ସେପଟେ ପ୍ରଥମ ପର୍ଯ୍ୟାୟରେ ୬ଟି ବ୍ୟାଟେରୀ ଚାଳିତ ଗାଡିକୁ ଆବର୍ଜନା ସଂଗ୍ରହ କାର୍ଯ୍ଯରେ ନିୟୋଜିତ କରାଯାଇଛି। କିଛିଦିନ ମଧ୍ୟରେ ଏହିଭଳି ଆଉ ୧୫ଟି ଗାଡ଼ି ଏଥିରେ ନିୟୋଜିତ ହେବ ବୋଲି ଜଣାପଡିଛି । ତେବେ ନାରୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ ସହରାଞ୍ଚଳରେ ମନୁଷ୍ୟକୃତ ପ୍ରଦୂଷଣର ମାତ୍ରା କମ୍ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ପୌର ନିର୍ବାହୀ ଅଧିକାରୀ କହିଛନ୍ତି । ସହର ପରିମଳ ପାଇଁ ପୌର ପରିଷଦର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.