ETV Bharat / state

14 ବର୍ଷରୁ ଉର୍ଦ୍ଧ୍ବ ସମୟ ସେବା ଯୋଗାଇ ସ୍ବାସ୍ଥ୍ୟକର୍ମୀ ହେଉନାହାନ୍ତି ନିୟମିତ, ଜିଲ୍ଲାପାଳଙ୍କୁ ଦାବିପତ୍ର - ଯାଜପୁର ଜିଲ୍ଲାପାଳଙ୍କୁ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଦାବିପତ୍ର

14ବର୍ଷରୁ ଉର୍ଦ୍ଧ ସମୟ ଧରି ସେବା ଯୋଗାଇ ଆସୁଥିଲେ ମଧ୍ୟ ଏନଏଚଏମ ଅଧିନରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ ମାନଙ୍କୁ କରାଯାଉନି ନିୟମିତ । ଏ ସଂପର୍କରେ ଯାଜପୁର ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ..

14ବର୍ଷରୁ ଉର୍ଦ୍ଧ୍ବ ମହିଳା ସ୍ବାସ୍ଥ୍ୟକର୍ମୀ ହେଉନାହାନ୍ତି ନିୟମିତ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦାଖଲ

author img

By

Published : Oct 3, 2020, 3:24 PM IST

ଯାଜପୁର: ଏନଏଚଏମ ଅଧିନରେ କାର୍ଯ୍ୟ କରୁଥିବା ମହିଳା ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ନିୟମିତ କରାଯିବା ଦାବିରେ ଯାଜପୁର ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ମହିଳା ସ୍ବାସ୍ଥ୍ୟକର୍ମୀମାନେ 14ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମ କରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନଥିବା ଅଭିଯୋଗ ଆଣିଛନ୍ତି ସ୍ବାସ୍ଥ୍ୟକର୍ମୀ ।

14ବର୍ଷରୁ ଉର୍ଦ୍ଧ୍ବ ମହିଳା ସ୍ବାସ୍ଥ୍ୟକର୍ମୀ ହେଉନାହାନ୍ତି ନିୟମିତ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦାଖଲ

ଯାଜପୁର ଜିଲ୍ଲା ଅଧିନରେ ଥିବା ମହିଳା ସ୍ବାସ୍ଥ୍ୟର୍କମୀମାନେ ସ୍ବଳ୍ପ ବେତନରେ ନିରବଛିନ୍ନ ଭାବେ 14ବର୍ଷରୁ ଉର୍ଦ୍ଧ ସମୟ ଧରି ସେବା ଯୋଗାଇ ଆସୁଛନ୍ତି । କୋରୋନା ମହାମାରୀ ସମୟରେ ଏମାନେ ନିଜ ପରିବାରକୁ ପଛରେ ପକାଇ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରିବାରେ ଅବହେଳା ପ୍ରଦର୍ଶନ କରାଯାଇଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ରାଜ୍ୟ ସରକାର 2ବର୍ଷ ପୂର୍ବେ ଏମାନଙ୍କୁ ନିୟମିତ କରିବା ପାଇଁ କ୍ୟାବିନେଟରେ ମଂଜୁରୀ ଦେଇଥିଲେ । ମାତ୍ର ଏପର୍ଯ୍ୟନ୍ତ ମହିଳା ସ୍ବାସ୍ଥ୍ୟର୍କମୀମାନଙ୍କୁ ନିୟମିତ ପତ୍ର ମିଳି ନାହିଁ ବୋଲି ଏମାନେ ଅଭିଯୋଗ କରିଛନ୍ତି ।ସେହିପରି ଗତ ସେପ୍ଟେମ୍ବର 19 ତାରିଖରେ ଧର୍ମଶାଳା ବ୍ଲକ୍ କଂଟିଗଡିଆ ଉପସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜନୈକ ମହିଳା ସ୍ବାସ୍ଥ୍ୟର୍କମୀ କୀରଣବାଳା ସିଂ କୋରୋନା ଯୋଦ୍ଧା ଭାବେ କର୍ତ୍ତବ୍ୟ କରି ଅକାଳରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁପରେ ତାଙ୍କ ପରିବାରକୁ ସରକାରୀ ଘୋଷଣା ଅନୁସାରେ ଅଦ୍ୟାବଧି କୌଣସି ସହାୟତା ମିଳିନାହିଁ । ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଆସି 2ଦଫା ଦାବି ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.