ETV Bharat / state

ଗାଁ ଦାଣ୍ଡରେ ଭାଇବୋହୂକୁ ପିଟିଲା ଦେଢଶୁର

author img

By

Published : Jun 9, 2020, 3:00 PM IST

ଯାଜପୁର ଦସରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ନୂଆପାଟଣା ଗ୍ରାମରେ ଭାଇବୋହୂକୁ ଦେଢଶୁର ପିଟିଥିବା ଅଭିଯୋଗ ହୋଇଛି ।

jajpur
ଗାଁ ଦାଣ୍ଡରେ ଭାଇବୋହୂକୁ ପିଟିଲା ଦେଢଶୁର

ଯାଜପୁର: ବିଚ୍ ରାସ୍ତାରେ ମହିଳାଙ୍କୁ ମାଡ ସହ ଗୋଇଠା ମରା ଅଭିଯୋଗ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ମହିଳାଙ୍କୁ ମାଡ ମାରିଥିବା ବ୍ୟକ୍ତି ଜଣକ ସମ୍ପର୍କରେ ମହିଳାଙ୍କ ଦେଢଶୁର ହେବେ ବୋଲି ସୂଚନା ମିଳିଛି । ଯାଜପୁର ଦସରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ନୂଆପାଟଣା ଗ୍ରାମରେ ଏଭଳି ଅମାନୁଷିକ ଘଟଣା ଘଟିଛି ।

ଭିଡିଓରେ ଥିବା ମହିଳ ଜଣକ ସଂଯୁକ୍ତା ବାରିକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ସଂନ୍ଧ୍ୟା ସମୟରେ ନିଜ ପୁଅ ପ୍ରଦୀପ କଥାକୁ ନେଇ ସଂଯୁକ୍ତା ଏବଂ ଦେଢଶୁର ଚକ୍ରଧର ବାରିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଗାଁ ଦାଣ୍ଡରେ ଭାଇବୋହୂକୁ ପିଟିଲା ଦେଢଶୁର

ପ୍ରଦୀପଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହ ମାଡ଼ ମାରୁଥିବା ଦେଖି ପୁଅକୁ ବଞ୍ଚାଇବାକୁ ଯାଇ ସଂଯୁକ୍ତା ଘଟଣା ସ୍ଥଳକୁ ଦୌଡିଯାଇଥିଲେ । ସେଠାରେ ସଂଯୁକ୍ତାଙ୍କୁ ଗାଁ ଦାଣ୍ଡରେ ଚକ୍ରଧର ବାଡ଼େଇବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ମଙ୍ଗଳପୁର ଥାନାରେ ଏକ ଅଭିଯୋଗ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.