ETV Bharat / state

ନଗଡ଼ାରେ ଶୀତବସ୍ତ୍ର ବାଣ୍ଟିଲା ସ୍ବେଚ୍ଛାସେବୀ ସଙ୍ଗଠନ

author img

By

Published : Nov 28, 2020, 3:08 PM IST

ଯାଜପୁର ଜିଲ୍ଲା ନଗଡାରେ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲା ଭୁବନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯିବା ସହ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ନଗଡ଼ାରେ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଯାଜପୁର: ଜିଲ୍ଲା ସ୍ଥିତ ସୁକିନ୍ଦାର ଅପହଞ୍ଚ ଇଲାକା ଭାବେ ପରିଚିତ ନଗଡାରେ କୋରୋନା ସଚେତନତା ଓ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲା ଭୁବନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ନଗଡାର ଲୋକମାନଙ୍କୁ କୋରୋନାକୁ ନେଇ ସଚେତନତା କରାଯାଇଛି । ଆଗକୁ ଶୀତର ପ୍ରଭାବ ବଢିବା ସହ କୋରୋନା ସଂକ୍ରମଣ ଆଶଙ୍କା ଥିବାରୁ ଏପରି ଏକ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନ ।

କେନ୍ଦୁଝର ଜିଲ୍ଲାର ସ୍ବେଚ୍ଛାସେବୀ ସଙ୍ଗଠନ ଐସୋରିୟା ସୋସିଆଲ ଡେଭଲପମେଣ୍ଟ ଅରଗାନାଇଜେସନ ଓ ଢେଙ୍କାନାଳ ଭୁବନ ଅଞ୍ଚଳର ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମିଳିତ ଭାବେ ଯାଜପୁର ଜିଲ୍ଲା ନଗଡାରେ ଏକ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିସହ ଅଞ୍ଚଳବାସୀଙ୍କୁ ସଙ୍ଗଠନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ବିଶେଷ କରି କୋରୋନା ସମୟରେ ଛୋଟ ପିଲାମାନଙ୍କ ର କିଭଳି ଯତ୍ନ ନିଆଯିବ ସେନେଇ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା । ପରେ ସଙ୍ଗଠନ ପକ୍ଷରୁ ନଗଡାବାସୀଙ୍କୁ କମ୍ବଳ ଓ ଶୀତବସ୍ତ୍ର ଆଦି ବଣ୍ଟନ କରାଯିବା ସହ ଛୋଟଛୁଆମାନଙ୍କୁ ପୋଷାକ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ତେବେ ନଗଡ଼ା ଭଳି ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ କରି ବେଶ୍ ଖୁସିବ୍ୟକ୍ତ କରିଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.