ETV Bharat / state

ଗୋପାଳପୁରରୁ ନବୀନ ନିବାସ, ପଦଯାତ୍ରାରେ ବାହାରିଲେ ବୁଣାକାର - ବୁଣାକାରଙ୍କ ନବୀନ ନିବାସ ଅଭିମୁଖେ ପଦଯାତ୍ରା

ବୁଣାକାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ପଦଯାତ୍ରା । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗାଁରୁ ଗତକାଲିଠୁ(ସୋମବାର) ଏହି ପଦଯାତ୍ରାର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ...

୧୧ ଦଫା ଦାବି ନେଇ ବୁଣାକାରଙ୍କ ନବୀନ ନିବାସ ଅଭିମୁଖେ ପଦଯାତ୍ରା

author img

By

Published : Aug 17, 2021, 9:21 AM IST

ଯାଜପୁର: ବୁଣାକାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ପଦଯାତ୍ରା । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗାଁରୁ ଗତକାଲିଠୁ(ସୋମବାର) ଏହି ପଦଯାତ୍ରାର ଶୁଭାରମ୍ଭ ହୋଇଛି । ଏହି ପଦଯାତ୍ରା ନବୀନ ନିବାସ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ବୁଣାକାର ସଂଘର ଆହ୍ବାନକ୍ରମେ ବାହାରିଥିବା ଏହି ପଦଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ବୁଣାକାରମାନେ ସାମିଲ ହୋଇଛନ୍ତି ।

୧୧ ଦଫା ଦାବି ନେଇ ବୁଣାକାରଙ୍କ ନବୀନ ନିବାସ ଅଭିମୁଖେ ପଦଯାତ୍ରା

ବିଶେଷ କରି ଫନି ବାତ୍ୟା ଓ ଗତବର୍ଷ ବନ୍ୟାରେ ବୁଣାକାରମାନଙ୍କୁ ଘୋଷଣା ମୁତାବକ କ୍ଷତି ପୂରଣ ଦିଆନଯିବା, କୋଭିଡ ମହାମାରୀ ପରିପ୍ରେକ୍ଷୀରେ ସ୍ପେଶାଲ ପ୍ୟାକେଜ ଘୋଷଣା କରାଯିବା, ବୁଣାକାରମାନଙ୍କ ପାଇଁ ତନ୍ତଶାଳା ନିର୍ମାଣ ସହ କର୍ମଶାଳା ଦେବାର ବ୍ୟବସ୍ଥା କରାଯିବା, ୫୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ମାସିକ ଭତ୍ତା ପ୍ରଦାନ କରିବା, ବନ୍ଦ ହୋଇଥିବା ସ୍ବାସ୍ଥ୍ୟବୀମା ଯୋଜନା ଏବଂ ମହାତ୍ମାଗାନ୍ଧୀ ବୁଣାକାର ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ଆଦି ୧୧ ଦଫା ଦାବି ନେଇ ବୁଣାକାର ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

ପାରମ୍ପରିକ ବାଦ୍ୟ କୀର୍ତନ ସହ ବୁଣାକାରମାନେ ପଦଯାତ୍ରାରେ ବାହାରିଥିବା ବେଳେ ସେମାନଙ୍କୁ ଅଟକାଇବା ଲାଗି ରସୁଲପୁର ବିଡିଓ, ତହସିଲଦାର ଓ କୁଆଖିଆ ଥାନା ଅଧିକାରୀ ପହଞ୍ଚି ବୁଣାକାର ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସେମାନେ ଏଥିରେ ବିଫଳ ହୋଇଥିଲେ । ଏହି ପଦଯାତ୍ରା ଆସନ୍ତା ଗୁରୁବାର ଦିନ ପୂର୍ବାହ୍ନରେ ନବୀନ ନିବାସରେ ପହଞ୍ଚିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ସଂଘର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.