ETV Bharat / state

ବାରବାଟୀରେ ମେଲିଛି ତରଭୁଜ ପସରା, ପାଟିକୁ ମିଠା ପେଟକୁ ଥଣ୍ଡା

ଖରାଦିନେ ଯାଜପୁର ବାରବାଟୀ ଛକ ଠାରୁ ଆରମ୍ଭ ହେଇ କୁଆଖିଆ ଛକ ରାସ୍ତା କଡରେ ମେଲିଛି ତରଭୁଜର ପସରା । ଅଧିକ ପଢ଼ନ୍ତୁ

ଯାତ୍ରୀଙ୍କୁ ଆକର୍ଷଣ କରୁଛି ତରଭୁଜର ପସରା
ଯାତ୍ରୀଙ୍କୁ ଆକର୍ଷଣ କରୁଛି ତରଭୁଜର ପସରା
author img

By

Published : May 4, 2023, 9:02 AM IST

ଯାତ୍ରୀଙ୍କୁ ଆକର୍ଷଣ କରୁଛି ତରଭୁଜର ପସରା

ଯାଜପୁର: ଖରାଦିନରେ ସବୁଠାରୁ ବେଶି ଆରମ ତରଭୁଜକୁ ଦେଖିଲେ ମିଳିଥାଏ । ତରଭୁଜ ଖାଇ ବାଟୋଇର ଭୋକଶୋଷ ମେଣ୍ଟିଥାଏ । ତେବେ ଖରାଦିନେ ଯାଜପୁର ବାରବାଟି ଛକ ଠାରୁ ଆରମ୍ଭ ହେଇ କୁଆଖିଆ ଛକ ରାସ୍ତା କଡରେ ମେଲିଛି ତରଭୁଜର ପସରା । ଯାହାକି ରାଜପଥ ଦେଇ ପ୍ରତ୍ୟେକ ଦିନ ଯାଉଥିବା ହଜାର ହଜାର ଯାତ୍ରୀମାନଙ୍କୁ ଆକର୍ଷିତ କରୁଛି । ଏହି ବଜାରରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ତରଭୁଜ ମିଳେ । ଏଥିପାଇଁ ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ରାସ୍ତା କଡରେ ଛୋଟ ବଡ଼ ମିଶିକି 3 ଶହରୁ ଅଧିକ ତରଭୁଜ ଦୋକାନ ଖୋଲାଯାଇଥାଏ । ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ତରଭୂଜ ଖାଇବା ପାଇଁ ଏଠାରେ ବେଶ ଭିଡ ହୁଏ ଯାତ୍ରୀଙ୍କର । ଏହି ବଜାରରୁ ପ୍ରତ୍ୟେକ ଦିନ ଶହଶହ ଟ୍ରକରେ ତରଭୂଜ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି ।

ଚାହିଦାକୁ ଦୃଷ୍ଟିରେ ରଖି ବଡ଼ବିଲ, ପଶ୍ଚିମବଙ୍ଗ, ବେଙ୍ଗାଲୁରୁ ଓ ମହାରାଷ୍ଟ୍ର ଆଦି ଅଞ୍ଚଳରୁ ମଧ୍ୟ ଏଠାକୁ ବିଭିନ୍ନ କିସମର ତରଭୁଜ ଆମଦାନୀ ହେଉଛି । ସ୍ଥାନୀୟ ଅଞ୍ଚଳବାସୀ ବର୍ଷକ ବାର ମାସ ଏଠାରେ ଏହି ତରଭୂଜ ବ୍ୟବସାୟ ଉପରେ ନିର୍ଭର କରି ବେଶ୍ ଦି ପଇସା ରୋଜଗାର କରିଥାନ୍ତି ବୋଲି ବ୍ୟବସାୟୀ କହିଛନ୍ତି । ଏଠାରେ ଛୋଟ ବଡ଼ ଦୋକାନ ସାଙ୍ଗକୁ ତରଭୁଜର ବଡ ବଡ ଗୋଦାମ ମଧ୍ୟ ରହିଛି । ଚଳିତ ବର୍ଷ ତରଭୁଜର ଭଲ ବ୍ୟବସାୟ ଆରମ୍ଭ ହେଇଥିବା ବ୍ୟବସାୟୀ କହିଛନ୍ତି ।

ତରଭୁଜ ବ୍ୟବସାୟୀ କହିଛନ୍ତି, ‘‘ଚଳିତ ବର୍ଷ ତରଭୁଜ କିଲୋପ୍ରତି 18 ଟଙ୍କାରେ ବିକ୍ରି ହେଉଛି । ପ୍ରଥମେ କେବଳ ଗୋଟା ତରଭୂଜ ବ୍ରିକି ହେଉଥିବା ବେଳେ ଏବେ ଗ୍ରାହକଙ୍କ ଚାହିଦା ମୁତାବକ ତରଭୁଜକୁ କାଟି କରି ବିକ୍ରି କରାଯାଉଛି । ଗ୍ରାହାକ ମିଠା ତରଭୂଜ ଖାଇ ବେଶ ଖୁସି ହେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ତରଭୁଜ ମଧ୍ୟ ରତ୍ପାନୀ କରାଯାଉଛି ।’’

ଅଧିକ ପଢ଼ନ୍ତୁ: ଆସୁଛି ବାତ୍ୟା ! 5 ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା, ୭ ବେଳକୁ ପବନର ବେଗ 60 KM !

ତେବେ ଧିରେ ଧିରେ ଏହି ଅଞ୍ଚଳ ରାଜ୍ୟରେ ତରଭୁଜ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟି ଯାଇଛି । ଦୁଇବର୍ଷ ହେବ କୋରୋନା ପାଇଁ ଯାଜପୁର ଜିଲ୍ଲାରେ ମାନ୍ଦା ଥିଲା ତରଭୁଜ ବ୍ୟାପାର । ମାତ୍ର ଚଳିତବର୍ଷ କୌଣସି କଟକଣା ନଥିବାରୁ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ତରଭୁଜ ବ୍ୟବସାୟୀ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.