ETV Bharat / state

ତାତି ସାଙ୍ଗକୁ ବଢୁଛି ତରଭୁଜର ଚାହିଦା

ରୁଦ୍ରର ପ୍ରଚଣ୍ଡ ତାତି ସାଙ୍ଗକୁ ଦିନ କୁ ଦିନ ବଢିଚାଲିଛି ତରଭୁଜ ର ଚାହିଦା । ଯାଜପୁରର ରାସ୍ତାକଡରେ ଜମୁଛି ତରଭୁଜ ଦୋକାନୀଙ୍କ ଭିଡ । ଅଧିକ ପଢନ୍ତୁ....

ତାତି ସାଙ୍ଗକୁ ବଢୁଛି ତରଭୁଜର ଚାହିଦା
ତାତି ସାଙ୍ଗକୁ ବଢୁଛି ତରଭୁଜର ଚାହିଦା
author img

By

Published : Mar 27, 2021, 7:27 PM IST

ଯାଜପୁର: ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ବଢିବାରେ ଲାଗିଛି । ରୁଦ୍ର ଦାଉରୁ ଆଶ୍ବସ୍ଥି ପାଇବା ପାଇଁ ଖରାଦିନେ ବାଟୋଇଙ୍କ ଥଣ୍ଡାଜାତୀୟ ଖାଦ୍ୟ ପ୍ରଥମ ପସନ୍ଦ ହୋଇଥାଏ । ଆଉ ସେଥିମଧ୍ୟରୁ ତରଭୁଜ ଅନ୍ୟତମ । ଗରମରେ ତରଭୁଜ ଖଣ୍ଡେ ଖାଇଦେଲେ ଭୋକ ଶୋଷ ସବୁ ମେଣ୍ଟିଯାଏ । ଏଥିପାଇଁ ବର୍ତ୍ତମାନ ଖରା ବଢିବା ସାଙ୍ଗକୁ ବଢୁଛି ଦେଶୀ ତରଭୁଜର ଚାହିଦା ।

ତାତି ସାଙ୍ଗକୁ ବଢୁଛି ତରଭୁଜର ଚାହିଦା

ଯାଜପୁର ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ତରଭୁଜ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ । ତରଭୁଜ କୁ ଫାଳ ଫାଳ କରି ଟିକେ କଳାଲୁଣ ଛିଞ୍ଚିଦେଇ ବାଟୋଇକୁ ଅତି ଆନନ୍ଦରେ ପରସି ଦେଉଛନ୍ତି ଦୋକାନୀ । ଗନ୍ତବ୍ୟସ୍ଥଳକୁ ଯିବା ପୂର୍ବରୁ ବାଟୋଇମାନେ ଟିକେ ଅଟକି ଯାଇ ଖାଇଥାନ୍ତି ଯାଜପୁରର ଏହି ତରଭୂଜ ।

ଆଜିକାଲିର କେମିକାଲ କୋଲ୍ଡ୍ ଡ୍ରିଙ୍କ୍ସ ଠୁ ବେଶ ଭଲ ତରଭୁଜ । ଖରାଦିନିଆ ହେଲ୍ଦି ଫୁଡ୍ ସହ ପାନୀୟ ଭାବେ ସମସ୍ତଙ୍କ ପ୍ରଥମ ପସନ୍ଦ ତରଭୁଜ । ୧୬ନଂ ଜାତୀୟ ରାଜପଥର ମୁଳାପାଳ ଅଞ୍ଚଳରେ ତ ନିତିଦିନିଆ ମିଳେ ଏଇ ଦେଶୀ ତରଭୁଜ । ଏହାକୁ ବେଉସା କରି ଚାଷୀ ଓ ବ୍ୟସାବୟୀ ବେଶ ଭଲ ଦୁଇ ପଇସା ରୋଜଗାର କରନ୍ତି । ଅନ୍ୟ ରାଜ୍ୟକୁ ମଧ୍ୟ ଚାଲାଣ ହୋଇଥାଏ ଏହି ତରଭୁଜ । କରୋନା ପାଇଁ ଗତବର୍ଷ ବ୍ୟବସାୟ ମାନ୍ଦା ରହି ଥିବାବେଳେ ଏବେ ଖରା ବଢିବାରୁ ଏହାର ଚାହିଦା ମଧ୍ୟ ବଢିଯାଇଛି । ଏଥିପାଇଁ ତ ଧିରେ ଧିରେ ଏହି ଅଞ୍ଚଳ ଏବେ ତରଭୁଜ ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିଛି । ଏଥର ବହୁ ପରିମାଣର ତରଭୁଜ ଅମଳ ହେଇଥିବାରୁ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.