ଯାଜପୁର: ବ୍ୟାସନଗର ପୌର କାର୍ଯ୍ୟାଳୟରେ ଭର୍ଚ୍ଚୁଆଲ ମାଧ୍ୟମ ୱାର୍ଡ ସଂରକ୍ଷଣକୁ ନେଇ ହୋଇଥିବା ଅଭିଯୋଗକୁ ଶୁଣିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଆଗକୁ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୌର ପରିଷଦର ୱାର୍ଡ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ପରିପ୍ରେକ୍ଷୀରେ ବ୍ୟାସନଗର ପୌର ପରିଷଦ ପକ୍ଷରୁ ତାଲିକା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପଠେଇଥିଲେ । ମାତ୍ର ଏଥିରେ କିଛି ୱାର୍ଡରେ ତ୍ରୁଟି ଥିବା ଦର୍ଶାଇ ୱାର୍ଡବାସୀ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଭର୍ଚ୍ଚୁଆଲରେ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ବ୍ୟାସନଗର ପୌର କାର୍ଯ୍ୟାଳୟରେ ଅନୁଷ୍ଠିତ ଭର୍ଚ୍ଚୁଆଲ ଅଭିଯୋଗ ଶୁଣାଣୀରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ବିଭିନ୍ନ ୱାର୍ଡର ଅଭିଯୋଗ କାରୀ ଉପସ୍ଥିତ ଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ