ଯାଜପୁର: ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ କାର୍ଯ୍ୟରେ ଯୋଗ ଦେଲେ ଭିନିତ ଅଗ୍ରୱାଲ। କନ୍ଧମାଳ ଜିଲ୍ଲାରୁ ବଦଳି ହୋଇ ଆଜି ଯାଜପୁର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ଏହି ଅବସରରେ ଅଗ୍ରୱାଲଙ୍କୁ ଜିଲ୍ଲା ଅନେକ ସମ୍ବାଦିକ ଭେଟି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ଆଜି ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ନୂତନ ଏସପି ଭାବରେ ଭିନିତ ଅଗ୍ରଓ୍ବାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଅଗ୍ରୱାଲ ପୋଲିସ ମୁଖ୍ୟାଳୟରେ ଯୋଗ ଦେବା ପରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ମାନଙ୍କୁ ଭେଟି ଆଇନ ଶୃଙ୍ଖଳା ଉପରେ ଆଲୋଚନା କରିଛନ୍ତି l ତେବେ ଏସପି ଭିନିତ ଅଗ୍ରୱାଲ ନିଜ କାର୍ଯ୍ୟ ଭାର ଗ୍ରହଣ କରିବା ପରେ ଜିଲ୍ଲାବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲାରେ କିଭଳି ଆଇନ ଶୃଙ୍ଖଳା ପ୍ରତି ଅଧିକ ଧ୍ୟାନ ଦେବା ଏବଂ ସାହି ମା, ଭଉଣୀଙ୍କ ସୁରକ୍ଷା ଓ 5ଟି ନିୟମକୁ ଅଧିକ ଧ୍ୟାନ ଦିଆଯିବ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଥିଲେ l ଅନ୍ୟପଟେ ଏହି ଅବସରରେ ଅତିରିକ୍ତ ଏସପି, ଡିଏସପି,ଏସଡିପିଓ, ଥାନା ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ପ୍ରକାଶ ଯୋଗ୍ୟ ଯେ, ଗତ କିଛିଦିନ ତଳେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଆଇପିଇଏସ ସ୍ତରରେ ଏକ ଅଦଳବଦଳ କରାଯାଇଥିଲା । ଏହି ଅଦଳ ବଦଳରେ ଯାଜପୁରର ପୂର୍ବତନ ଏସପି ରାହୁଲ ପିଆରଙ୍କୁ ଅନ୍ୟତ୍ର ଜଗତସିଂହପୁର ଜିଲ୍ଲାକୁ ବଦଳି କରାଯାଇଥିଲା । ତେବେ ଯାଜପୁର ଜିଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ହେଇଥିବାରୁ ଏସପି ଭିନିତ ଅଗ୍ରୱାଲଙ୍କ କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ଏଠାକୁ ବଦଳି କରାଯାଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ - ଖଗେଶ୍ବର ପାତ୍ରଙ୍କ ପତ୍ନୀଙ୍କୁ ୬ ଘଣ୍ଟା ଧରି ଜେରା, କହିଲେ ମୋ ସ୍ବାମୀଙ୍କୁ ଜଗବନ୍ଧୁ ଫସାଇଛି
ଏନେଇ ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲ କହିଛନ୍ତି, "ଆଜି ମୁଁ ଯାଜପୁର ଜିଲ୍ଲାର ଏସପି ଭାବରେ କାର୍ଯ୍ୟଭାର ଗ୍ରହଣ କରିଛି। ସମସ୍ତ ଯାଜପୁର ଜିଲ୍ଲାବାସୀ ନବ ବର୍ଷର ଅନେକ ଅନେକ ଅଭିନ୍ଦନ ଜଣାଉଛି। ପୋଲିସ ମୁଖ୍ୟାଳୟରେ ଯୋହଗ ଦେବା ପରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନିୟୋଜିତ କରି ରଖିବୁ। ଲୋକଙ୍କ ର ସୁରକ୍ଷା ଉପରେ ବିଶେଷ କରି ଧ୍ୟାନ ଦେବୁ। ଏଥିସହ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା ଚେଷ୍ଟା କରିବୁ। ଏଥିସହ ବିଶେଷ ଭାବରେ 5ଟି ନିୟମକୁ ଅଧିକ ଧ୍ୟାନ ଦିଆଯିବ ।"
ଇଟିଭି ଭାରତ, ଯାଜପୁର