ଯାଜପୁର: ବ୍ଲକ ଉପାଧ୍ୟକ୍ଷଙ୍କୁ ଆକ୍ରମଣ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଉପାଧ୍ୟକ୍ଷ ଅଜୟ ବିନ୍ଧାଣିଙ୍କୁ କିଛି ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁଯାୟୀ, ବ୍ଲକ ଉପାଧ୍ୟକ୍ଷ ଗତକାଲି ପଙ୍କପାଳ ପଞ୍ଚାୟତରେ ବୁଲାବୁଲି କରି ଘରକୁ ଫେରୁଥିବା ବେଳେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିବା ସହିତ ତାଙ୍କ ଗାଡି ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ସେ ଏବଂ ସାଙ୍ଗରେ ଥିବା ଜଣେ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣା ନେଇ ବ୍ଲକ ଉପାଧ୍ୟକ୍ଷ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ପଙ୍କପାଳ ପଞ୍ଚାୟତ ସରପଞ୍ଚ ଉପାଧ୍ୟକ୍ଷଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ପଞ୍ଚାୟତରେ ଚାଲୁଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ଉପାଧ୍ୟକ୍ଷ ବିରୋଧ କରିଥିଲେ । ଏଥିସହ କାମ ବନ୍ଦ କରିବାକୁ ଠିକାଦାରଙ୍କୁ ଧମକ ଚମକ ଦେଉଥିଲେ । ଯାହା ଫଳରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ତାଙ୍କୁ ଘେରିଥିବା ସରପଞ୍ଚ ସ୍ମୃତି ରଞ୍ଜନ ଜେନା କହିଛନ୍ତି । ଜଖପୁରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ