ETV Bharat / state

ଭୂମିହୀନ ସହରବାସିନ୍ଦାଙ୍କୁ ଜମି ଯୋଗାଇବେ ସରକାର

author img

By

Published : Mar 3, 2020, 8:41 PM IST

ଯାଜପୁର ଭୂମିହୀନ ସହର ବାସିନ୍ଦାଙ୍କୁ ଜମି ଯୋଗାଇଦେବେ ସରକାର । ଜାଗା ମିଶନ ମାଧ୍ୟମରେ ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳରେ ରହୁଥିବା ଭୂମିହୀନ ପରିବାରଙ୍କୁ ଚିହ୍ନଟ କରାଯାଇଛି। ଅଧିକ ପଢନ୍ତୁ...

ଭୂମିହୀନ ସହରବାସୀନ୍ଦାଙ୍କ ଜମି ଯୋଗାଇଦେବେ ସରକାର

ଯାଜପୁର: ଜିଲ୍ଲାର ଭୂମିହୀନ ସହର ବାସିନ୍ଦାଙ୍କୁ ଜମି ଯୋଗାଇଦେବେ ସରକାର । ଜାଗା ମିଶନ ମାଧ୍ୟମରେ ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳରେ ରହୁଥିବା ଭୂମିହୀନ ପରିବାରଙ୍କୁ ଚିହ୍ନଟ କରାଯାଇଛି। ଏନେଇ ଯାଜପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଯାଜପୁର ପୌରାଞ୍ଚଳର ୨୨ ଜଣ ଏବଂ ବ୍ୟାସନଗର ପୌରାଞ୍ଚଳର ୨୦୨୪ ଜଣ ପରିବାରକୁ ଚିହ୍ନଟ କରାଯାଇଛି। ଏଥିପାଇଁ ଆସନ୍ତା ୫ ତାରିଖରେ ସମସ୍ତ ଭୂମିହୀନଙ୍କୁ ସେମାନଙ୍କର ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣୀ ନାୟକ ସୂଚନା ଦେଇଛନ୍ତି ।

ଏହି ସାର୍ଟିପିକେଟ ପାଇଁ କୌଣସି ବ୍ୟକ୍ତି ବା ଅଧିକାରୀଙ୍କୁ କୌଣସି ଲାଞ୍ଚ ନଦେବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.