ETV Bharat / state

କଳିଙ୍ଗନଗର ଶିଳ୍ପାଞ୍ଚଳ ପରିଦର୍ଶନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ - କଳିଙ୍ଗନଗର ଶିଳ୍ପାଞ୍ଚଳ ପରିଦର୍ଶନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଶୁକ୍ରବାର ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତରେ ଆସିଛନ୍ତି । ଅଧିକ ପଢନ୍ତୁ

କଳିଙ୍ଗନଗର ଶିଳ୍ପାଞ୍ଚଳ ପରିଦର୍ଶନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

author img

By

Published : Apr 29, 2022, 11:00 PM IST

ଯାଜପୁର: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଆଜି (ଶୁକ୍ରବାର) ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତରେ ଆସିଛନ୍ତି । ଆଜି ସକାଳେ କେନ୍ଦ୍ରମନ୍ତ୍ରୀ କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜିନ୍ଦଲ ଇସ୍ପାତ କାରଖାନା ପରିସରରେ ହେଲିକେପ୍ଟର ଯୋଗେ ଆସି ପହଞ୍ଚିଥିଲେ । ପରେ ଜିନ୍ଦଲ କାରଖାନା ବୁଲି ଦେଖିଥିଲେ । ଏହି ଅବସରରେ ମନ୍ତ୍ରୀ କାରଖାନା ପରିଚାଳନା କମିଟିର ଅଭିଜ୍ଞ ଅଧିକାରୀମାନଙ୍କ ସହ ଇସ୍ପାତ ଉତ୍ପାଦନରେ ନୂତନ ଜ୍ଞାନକୌଶଳର ଆବଶ୍ୟକତା ସମ୍ପର୍କିତ ଏକ ବୈଠକରେ ଅଂଶଗ୍ରହଣ କରିଥିଲେ ।

କଳିଙ୍ଗନଗର ଶିଳ୍ପାଞ୍ଚଳ ପରିଦର୍ଶନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ପରେ ଯୁବ ଇଞ୍ଜିନିୟର ମାନଙ୍କୁ ସମ୍ବୋଧିତ କରିଥିଲେ । ନିଜ ବକ୍ତବ୍ୟରେ ମନ୍ତ୍ରୀ ସିଂହ ଆସନ୍ତା ୨୦୩୦ ସୁଦ୍ଧା ଭାରତର ଇସ୍ପାତ ଉତ୍ପାଦନକୁ ୧୨୦ ମିଲିୟନ ଟନରୁ ୨୫୫ ମିଲିୟନ ଟନକୁ ବୁଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ପ୍ରସଂଗରେ ସୂଚନା ଦେଇଥିଲେ । ଓଡିଶାରେ ବିପୁଳ ପରିମାଣରେ ଲୁହାପଥର ଗଚ୍ଛିତ ରହିଥିବାରୁ ଏହାର ସଦୁପୋଯୋଗ ସହ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟରେ ପହଞ୍ଚିବା ନିମନ୍ତେ ଓଡିଶା ସହାୟକ ହେବ ବୋଲି ସେ କହିଥିଲେ ।

ତତସହିତ ନିଜର ଭିଟାମାଟି ହରାଇ କାରଖାନା ତିଆରିରେ ସହଯୋଗ କରୁଥିବା ସ୍ଥାନୀୟ ବିସ୍ଥାପିତଙ୍କ ସହ ବେକାର ଯୁବକଯୁବତୀଙ୍କ ନିଯୁକ୍ତିକୁ ତାଙ୍କ ସରକାର ପ୍ରାଥମିକତା ଦେଇଆସୁଛି । ତେଣି ଯୁବ ପିଢୀ ଏସବୁ କାରଖାନାରେ ନିଯୁକ୍ତି ପାଇଁ ସେହି ପ୍ରକାରର ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ନିଜ ବକ୍ତବ୍ୟରେ ମନ୍ତ୍ରୀ କୋଭିଡ ପରିଚାଳନା ଓ ଟୀକାକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ବିଜେପିର ସ୍ଥାନୀୟ କର୍ମୀ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.